18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଅବସର ନେଲେ ସୁପ୍ରିମକୋର୍ଟ ବିଚାରପତି ଇନ୍ଦିରା ବାନାର୍ଜୀ

ଅବସର ନେଲେ ସୁପ୍ରିମକୋର୍ଟ ବିଚାରପତି ଇନ୍ଦିରା ବାନାର୍ଜୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଇନ୍ଦିରା ବାନାର୍ଜୀ ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି ।  ଏହି ଅବସରରେ ଜଷ୍ଟିସ ଆଗାମୀ ଦିନରେ ସୁପ୍ରିମକୋର୍ଟରେ ଅଧିକ ମହିଳା ବିଚାରପତି ନିଯୁକ୍ତି ଲାଗି ଆଶା ବ୍ୟକ୍ତ କରିଛନ୍ତି । ଜଷ୍ଟିସ ଇନ୍ଦିରା ବାନାର୍ଜୀଙ୍କ ଅବସରରେ ପରେ ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟରେ ମହିଳା ବିଚାରପତିଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ସେମାନେ ହେଲେ ଜଷ୍ଟିସ ହିମା କୋହଲି, ବିଭି ନାଗାରତ୍ନ ଏବଂ ବେଲା ଏମ୍ ତ୍ରିବେଦୀ ।

ଜଷ୍ଟିସ ଇନ୍ଦିରା ବାନାର୍ଜୀ ସୁପ୍ରିମକୋର୍ଟର ପଞ୍ଚମ ବରିଷ୍ଠ ବିଚାରପତି ଥିଲେ । ସର୍ବୋଚ୍ଚ କୋର୍ଟରେ ମହିଳା ବିଚାରପତି ହେବାରେ ସେ ଥିଲେ ଅଷ୍ଟମ । ବର୍ତ୍ତମାନ ତାଙ୍କ ଅବସରର ପରେ ମୋଟ ମହିଳା ବିଚାରପତିଙ୍କ ସଂଖ୍ୟା ୩ ରହିଛି । ୧୯୫୦ ଜାନୁୟାରୀ ୨୬ରେ ସୁପ୍ରିମକୋର୍ଟ ସ୍ଥାପନ ହେବା ପରଠୁ ଏଠାରେ ଖୁବ୍ କମ୍ ମହିଳା ବିଚାରପତିଙ୍କୁ ନିଯୁକ୍ତି ମିଳିଛି । ପ୍ରଥମ ମହିଳା ବିଚାରପତି ଭାବେ ୧୯୮୯ ମସିହାରେ ଜଷ୍ଟିସ ଏମ ଫାତିମା ବିଭି ନିଯୁକ୍ତି ପାଇଥିଲେ ।

୨୦୦୨ରେ ଜଷ୍ଟିସ ଇନ୍ଦିରା ବାନାର୍ଜୀ କୋଲକାତା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ୨୦୧୬ ଅଗଷ୍ଟରେ ଦିଲ୍ଲୀ ହାଇକୋର୍ଟକୁ ତାଙ୍କର ବଦଳି ହୋଇଥିଲା । ୨୦୧୭ ମସିହା ଏପ୍ରିଲରେ ଇନ୍ଦିରା ବାନାର୍ଜୀ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଏହାପରେ ୨୦୧୮ରେ ସେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking