20.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଦେହଜୀବୀଙ୍କ ତାଲିକା ଦେବା ପାଇଁ ରାଜ୍ୟ ସରକାରମାନଙ୍କୁ ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ, ଜାଣନ୍ତୁ କାହଁକି....

ଦେହଜୀବୀଙ୍କ ତାଲିକା ଦେବା ପାଇଁ ରାଜ୍ୟ ସରକାରମାନଙ୍କୁ ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ, ଜାଣନ୍ତୁ କାହଁକି….

ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଦେହଜୀବୀମାନଙ୍କ ତାଲିକା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅଧିକାଂଶ ଦେହଜୀବୀଙ୍କ ପରିଚୟପତ୍ର ନଥିବାରୁ ସେମାନେ ରାସନ ପାଇବାରୁ ବଞ୍ଚିତ ହେଉଛନ୍ତି । ଜଷ୍ଟିସ ଏଲ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠ କହିଛନ୍ତି ଯେ ରାଜ୍ୟମାନେ ଦେଇଥିବା ତାଲିକା ତ୍ରୁଟିପୂର୍ଣ୍ଣ । ତେଣୁ ସେମାନେ ରାଷ୍ଟ୍ରୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ (ନାକୋ ) ଉପରେ ଭରସା ନକରି ଅନ୍ୟାନ୍ୟ ସଂଗଠନର ପରାମର୍ଶ ନେବା ଉଚିତ । କୋର୍ଟ କହିଛନ୍ତି ଯେ, ରାସନ କାର୍ଡ ଓ (ନାକୋ ) ଦ୍ୱାରା ଚିହ୍ନଟ ହୋଇଥିବା ସେକ୍ସ ୱାର୍କରଙ୍କ ଭୋଟର କାର୍ଡ ପାଇଁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୋର୍ଟ ଆହୁରି କହିଛନ୍ତି ଯେ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ସ୍ଟାଟସ ରିପୋର୍ଟ ଦେଖିବା ପରେ ଆଉ ଅଲଗା ରାଜ୍ୟର ଦେଖିବା ଆବଶ୍ୟକତା ନାହିଁ । ତେଣୁ ଆମେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ସରକାରଙ୍କୁ ସେକ୍ସ ୱାର୍କରଙ୍କ ପରିଚୟ ପ୍ରକ୍ରିୟା ଜାରି ରଖିବାକୁ ନିର୍ଦେଶ ଦେଇଛୁ । ଯେଉଁମାନେ ସୁଖା ଖାଦ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ଓ ନିଜର ପରିଚୟପତ୍ର ନାହିଁ ସରକାର ଏଥିପ୍ରତି ଦୃଷ୍ଟି ଦେବେ ବୋଲି କୋର୍ଟ କହିଛନ୍ତି । ଅନ୍ୟ ରାଜ୍ୟର ସେକ୍ସ ୱାର୍କର ତାଲିକା ଦେଖିଲେ ପଶ୍ଚିମବଙ୍ଗ ସରକାର ଦେଇଥିବା ୬୨୨୭ ସେକ୍ସ ୱାର୍କର ତାଲିକା ଠିକ ନୁହେଁ । ତେଣୁ ସରକାର ପୁଣି ଥରେ ସେମାନଙ୍କର ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରନ୍ତୁ । ଅନ୍ୟ ପରିଚୟ ପତ୍ର ଆଧାରକୁ ଜୋର ନଦେଇ ସେକ୍ସ ୱାର୍କରଙ୍କୁ ରାସନ ଦେବା ଜାରି ରଖନ୍ତୁ ବୋଲି କୋର୍ଟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking