18.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଦୁଷ୍କର୍ମ ଯାଞ୍ଚ ପାଇଁ ୨ ଫିଙ୍ଗର ଟେଷ୍ଟ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ଦୁଷ୍କର୍ମ ଯାଞ୍ଚ ପାଇଁ ୨ ଫିଙ୍ଗର ଟେଷ୍ଟ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦୁଷ୍କର୍ମର ଯାଞ୍ଚ ପାଇଁ ୨ ଫିଙ୍ଗର ଟେଷ୍ଟ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏଭଳି ପରୀକ୍ଷାର କୌଣସି ବୈଜ୍ଞାନିକ ଆଧାର ନାହିଁ। ଯେଉଁମାନେ ଏଭଳି ପରୀକ୍ଷା କରିବେ ସେମାନଙ୍କୁ ଦୋଷୀ ଭାବେ ବିବେଚନା କରାଯିବ ବୋଲି ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ମତ ଦେଇଛନ୍ତି। କୌଣସି ପରିସ୍ଥିତିରେ ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ଯେପରି ୨ ଫିଙ୍ଗର ଟେଷ୍ଟ କରା ନଯିବ ତାହା ସୁନିଶ୍ଚିତ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ଦୁଷ୍କର୍ମ ଭଳି ୨ ଫିଙ୍ଗର ଟେଷ୍ଟ ମହିଳାଙ୍କୁ ବାରମ୍ବାର ଆଘାତ ପହଞ୍ଚାଇଥାଏ । ପୀଡିତାଙ୍କୁ ଆହୁରି ବେଦନା ଦେବା ସହ ଆଘାତ ମଧ୍ୟ ଦେଇଥାଏ । ଏଥିସହ ମେଡିକାଲ ପାଠ୍ୟକ୍ରମରେ ସାମିଲ ଥିବା ଏଭଳି ବ୍ୟବସ୍ଥାର ପୁନଃ ସମୀକ୍ଷା କରିବାକୁ ସୁପ୍ରିମକୋର୍ଟ କହିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଯେଉଁମାନେ ଏଭଳି ପରୀକ୍ଷା କରିବେ ତାକୁ ଅଦାଲତ ଅବମାନନା ଭାବେ ବିଚାର କରାଯିବ ।

ଝାଡଖଣ୍ଡରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ପୂର୍ବତନ ପ୍ରଧାନ ବିଚାରପତି ଜେଏସ ବର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ପରୀକ୍ଷାକୁ ନିସିଦ୍ଧ ପାଇଁ ସୁପାରିସ କରିଥିଲେ । ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ମାମଲା ପରେ ୨ ଫିଙ୍ଗର ଟେଷ୍ଟକୁ ନିଷିଦ୍ଧ କରିବା ପାଇଁ ସୁପାରିସ କରଯାଇଥିଲା । ଅପରାଧିକ ଆଇନ ସଂଶୋଧନ ୨୦୧୩ ଜରିଆରେ ଏହାକୁ ବେଆଇନ କରାଯାଇଥିଲା । ଏହା ଜଣେ ବ୍ୟକ୍ତିର ଗୋପନୀୟତା ଅଧିକାରକୁ ଉଲ୍ଲଂଘନ କରୁଛି ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଥିଲେ । ସୁପାରିସ ଆଧାରରେ ସବୁ ମେଡିକାଲ ପ୍ରତିଷ୍ଠାନକୁ ସରକାର ଦୁଷ୍କର୍ମ ଟେଷ୍ଟ କିଟ୍ ଯୋଗାଇ ଦେଇଥିବା ସତ୍ୱେ ଭାରତ ସମେତ ବିଶ୍ୱର ଅନ୍ୟ କେତେକ ଦେଶରେ ମଧ୍ୟ ୨ ଫିଙ୍ଗର ଟେଷ୍ଟ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking