28.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶହସ୍ପିଟାଲରେ ଭର୍ତ୍ତି ହେଲେ ସୁପରଷ୍ଟାର ରଜନୀକାନ୍ତ

ହସ୍ପିଟାଲରେ ଭର୍ତ୍ତି ହେଲେ ସୁପରଷ୍ଟାର ରଜନୀକାନ୍ତ

ନୂଆଦିଲ୍ଲୀ : ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି। ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ସୋମବାର ବିଳମ୍ବିତ ରାତିରେ ତାଙ୍କୁ ଚେନ୍ନାଇର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରଜନୀକାନ୍ତ ଅସୁସ୍ଥ ହେବା ଖବର ସାମ୍ନାକୁ ଆସିବା ପରେ ସାମାଜିକ ଗଣମାଧ୍ୟମରେ ପ୍ରଶଂସକ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୀଘ୍ର ଆରୋଗ୍ୟ ହେବା ପାଇଁ କାମନା କରିଛନ୍ତି। ରଜନୀକାନ୍ତ ନିକଟରେ ୨ଟି ବଡ ଫିଲ୍ମରେ କାମ କରୁଛନ୍ତି। ଲୋକେଶ କଙ୍ଗରାଜଙ୍କ ଫିଲ୍ମ ‘କୁଲି’। ଜୁଲାଇରେ ହାଇଦ୍ରାବାଦରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା। ରଜନୀକାନ୍ତଙ୍କ ତାମିଲି ଫିଲ୍ମ ‘ଭେଟ୍ଟିୟାନ’ ୧୦ ଅକ୍ଟୋବରରେ ରିଲିଜ୍‌ ହେବାକୁ ଯାଉଛି। ରଜନୀକାନ୍ତ ଫିଲ୍ମର ସୁଟିଂ ପରେ କିଛି ଦିନ ପୂର୍ବରୁ ଚେନ୍ନାଇ ଫେରି ଆସିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking