29.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶରାମାୟଣ ଫିଲ୍ମରେ ହନୁମାନ ବେଶରେ ନଜର ଆସିବେ ସନ୍ନି ଦେଓ୍ବଲ

ରାମାୟଣ ଫିଲ୍ମରେ ହନୁମାନ ବେଶରେ ନଜର ଆସିବେ ସନ୍ନି ଦେଓ୍ବଲ

ମୁମ୍ବାଇ: ବହୁ ଚର୍ଚ୍ଚିତ ରାମାୟଣ ଫିଲ୍ମକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ମଧ୍ୟରେ ସାମନାକୁ ଆସିଛି ଏକ ବଡ଼ ଖବର । ଦଙ୍ଗଲ ଏବଂ ଛିରୋରେ ଭଳି ହିଟ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ନିତେଶ ତିଓ୍ବାରୀ ଏହି ରାମାୟଣ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିବେ । ତେବେ କଳାକାରଙ୍କୁ ନେଇ ଦୀର୍ଘଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କୁହାଯାଇଛି କି, ହନୁମାନ ଚରିତ୍ରଙ୍କ ଅଭିନୟ କରିବେ ସନ୍ନି ଦେଓଲ ।

ତେବେ ସେ ଏହି ଭୂମିକାରେ ଅଭିନୟ କରିବା ପାଇଁ ରାଜି ହୋଇଥିବା କୁହାଯାଉଛି । ତେବେ ରାମାୟଣ ଫିଲ୍ମର ଷ୍ଟାରକାଷ୍ଟଙ୍କ ଉପରେ ଯଦି ନଜର ପକାଇବା ତାହେଲେ ରଣବୀର କପୁର ରାମ, ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ହିରୋଇନ ସାଇ ପଲ୍ଲବୀ ସୀତା, କେଜିଏଫ ଷ୍ଟାର ୟଶ ରାବଣ ଏବଂ ବବି ଦେଓ୍ବଲ କୁମ୍ଭକର୍ଣ୍ଣ ଭାବେ ନଜର ଆସିବେ। ଏବେ ଏହି ଫିଲ୍ମକୁ ନେଇ ବହୁତ ଚର୍ଚ୍ଚା ହେଉଥିବାବେଳେ ଏହା ଦର୍ଶକଙ୍କ ବେଶ ଆଦୃତ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । କୁହାଯାଇଛି କି, ରାମାୟଣ ଫିଲ୍ମଟି ତିନୋଟି ଭାଗରେ ରିଲିଜ ହେବ । ପ୍ରଥମ ଭାଗରେ ହନୁମାନଙ୍କ ଭୂମିକା କମ ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking