32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଭାରତୀୟ କୃଷି, ଅର୍ଥନୀତି ଉପରେ କୁପ୍ରଭାବ ପକାଉଛି ଗ୍ରୀଷ୍ମପ୍ରବାହ

ଭାରତୀୟ କୃଷି, ଅର୍ଥନୀତି ଉପରେ କୁପ୍ରଭାବ ପକାଉଛି ଗ୍ରୀଷ୍ମପ୍ରବାହ

ନୂଆଦିଲ୍ଲୀ: ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଭାରତୀୟ କୃଷି, ଅର୍ଥନୀତି ଓ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେଉଛି ବୋଲି କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ସ୍କଲାର ରମିତ୍ ଦେବନାଥ କହିଛନ୍ତି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦାରିଦ୍ର‌୍ୟ, ଅସମାନତା ଏବଂ ଅସୁସ୍ଥତା ଦୂର କରିବାକୁ ଭାରତ ସରକାର ଯେଉଁ ଉଦ୍ୟମ ଜାରି ରଖିଛନ୍ତି, ତାହା ଅନେକାଂଶରେ ବାଧାପ୍ରାପ୍ତ ହେଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୧୯୯୨ରୁ ଏପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହରେ ଭାରତରେ ୨୪ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିସାରିଛି ।

ଗ୍ରୀଷ୍ମପ୍ରବାହ ଯୋଗୁଁ ଭାରତର ଉତ୍ତରରେ ଅବସ୍ଥିତ ହିମାଳୟ ପର୍ବତମାଳାରେ ଗ୍ଲେସିୟର ତରଳୁଥିବାବେଳେ ବାୟୁମଣ୍ଡଳ ମଧ୍ୟ ପ୍ରଦୂଷିତ ହେବାରେ ଲାଗିଛି । ଭାରତ ବର୍ତ୍ତମାନ ଏକାଧିକ ପାଣିପାଗ ସମ୍ପର୍କିତ ସମସ୍ୟାର ସମ୍ମୁଖୀନ ହେଉଥିବା କୁହାଯାଇଛି । ୨୦୨୨ ଜାନୁଆରୀରୁ ଅକ୍ଟୋବର ପର୍ଯ୍ୟନ୍ତ ଭାରତରେ ପ୍ରତିଦିନ ପ୍ରବଳ ଗରମ ଅନୁଭୂତ ହୋଇଥିବା ସେ କହିଛନ୍ତି । ଭାରତ ସରକାର ଏଭଳି ଚରମ ପାଣିପାଗର ମୁକାବିଲା କରିବାକୁ ଯୋଜନା ଚଳାଇଥିଲେ ସୁଦ୍ଧା ଏହାର ଗୁରୁତ୍ୱକୁ ଏତେଟା ଉପଲବ୍ଧୀ କରିପାରୁନଥିବା ଦେବନାଥ କହିଛନ୍ତି । ଭାରତର ୯୦ ପ୍ରତିଶତ ଅଞ୍ଚଳ ବର୍ତ୍ତମାନ ଗ୍ରୀଷ୍ମପ୍ରବାହର ବିପଦସଙ୍କୁଳ ଜୋନ୍‌ରେ ରହିଥିବା କୁହାଯାଇଛି ।

ଯଦି ସମ୍ପୂର୍ଣ୍ଣ ପ୍ରସ୍ତୁତି କରାନଯାଏ, ତେବେ ସ୍ଥିତି ଆଗକୁ ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ସେମାନେ ଚେତାଇ ଦେଇଛନ୍ତି । ଗ୍ରୀଷ୍ମପ୍ରବାହର ମୁକାବିଲା ଯୋଜନା କେବଳ କାଗଜପତ୍ରରେ ସୀମିତ ନରହି, କାର୍ଯ୍ୟରେ ପରିଣତ କରିବାକୁ ଭାରତ ସରକାରଙ୍କୁ ପାମର୍ଶ ଦିଆଯାଇଛି । ଏଥିଯୋଗୁଁ ଭାରତର ବିକାଶମୂଳକ ଯୋଜନା ଶହେ ପ୍ରତିଶତ ସଫଳ ହୋଇପାରୁନାହିଁ । ପ୍ରବଳ ଗରମ ଯୋଗୁଁ ଆଉଟଡୋରରେ କାର୍ଯ୍ୟ କରିବା ସୁଯୋଗ ୧୫ ପ୍ରତିଶତ ହ୍ରାସ ପାଉଛି ।

ଗ୍ରୀଷ୍ମପ୍ରବାହ ଯୋଗୁଁ ଭାରତର ୪୮ କୋଟି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାସହିତ ୨୦୨୫ ସୁଦ୍ଧା ଜିଡିପି (ମୋଟ ଜାତୀୟ ଉତ୍ପାଦ) ୨.୮ପ୍ରତିଶତ ହ୍ରାସ ପାଇବାର ଆଶଙ୍କା ରହିଥିବା ରିପୋର୍ଟରେ କୁହାଯାଇଛି । କ୍ଲାଇମେଟ୍ ଟ୍ରାନ୍ସପେରେନ୍ସି ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଗ୍ରୀଷ୍ମପ୍ରବାହ ଯୋଗୁଁ ଭାରତର ଜିଡିପି ୫.୪ ପ୍ରତିଶତରେ ସୀମିତ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking