25.1 C
Bhubaneswar
Monday, October 21, 2024
Homeଓଡିଶାସୁକିନ୍ଦା ଖଣିଶ୍ରମିକଙ୍କ ଅଭିନବ ଅଭିଯାନ

ସୁକିନ୍ଦା ଖଣିଶ୍ରମିକଙ୍କ ଅଭିନବ ଅଭିଯାନ

ଯାଜପୁର : ଓଡିଶା ଖଣିନିଗମ ସୁକିନ୍ଦା ଉପତ୍ୟକାର କଲରଙ୍ଗୀ କ୍ରୋମାଇଟ୍‍ ଖଣି ଶ୍ରମିକଙ୍କ ଆଇନ୍‍ ଅନୁଯାୟୀ ହକ୍‍ ପ୍ରାପ୍ୟ ୫୦ କୋଟି ଟଙ୍କା ଦେବାରେ ବିଳମ୍ବ କରୁଥିବାରୁ ଗତ ୯ ତାରିଖ ଯାଜପୁର ରୋଡରେ ବରିଷ୍ଠ ଶ୍ରମିକନେତା ମାୟାଧର ନାୟକଙ୍କ ‘ମହାନାୟକ ବାସଭବନ’ରେ ସୁକିନ୍ଦା-ଭୂବନ ଅଞ୍ଚଳରୁ ଆଗୁଆ ଶ୍ରମିକମାନଙ୍କର ସମାବେଶ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ କଳିଙ୍ଗନଗର କାରଖାନା – କେନ୍ଦୁଝର ଜିଲ୍ଲା ବଉଳା କ୍ରୋମାଇଟ୍‍ ଖଣି ଅଞ୍ଚଳର ପ୍ରତିନିଧିମାନେ ମଧ୍ୟ ଯୋଗଦେଇଥିଲେ । ଶ୍ରମିକନେତା ହୃଦାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ମାୟାଧର ନାୟକ ସଂପ୍ରତି ସାରା ଓଡିଶାରେ ଶ୍ରମଜୀବୀମାନଙ୍କ ବ୍ୟଥା ଓ ବେଦନା ତଥା ମାଲିକ ଠିକାଦାରମାନଙ୍କ ବର୍ବର ଶୋଷଣ ସଂପର୍କରେ ଆଲୋଚନାକରି କହିଲେ – କଲରଙ୍ଗୀ ଖଣିଶ୍ରମିକଙ୍କ ହକ୍‍ ପ୍ରାପ୍ୟ ୫୦ କୋଟି ପାଇଗଲେ ସାରାଓଡିଶାରେ କଳକାରଖାନା, ଖଣିଖାଦାନ, ଶିଳ୍ପାନୁଷ୍ଠାନର ଶ୍ରମିକକର୍ମଚାରୀମାନେ ବର୍ଷ ବର୍ଷ ଧରି ଶୋଷଣର ଶିକାର ଓ ଲକ୍ଷ ଲକ୍ଷ କୋଟି ଟଙ୍କା ହକ୍‍ ପ୍ରାପ୍ୟ ପାଇବାକୁ ଭୟଙ୍କର ଆନ୍ଦୋଳନ ଗଢିତୋଳିବେ

ଶ୍ରୀ ନାୟକ କହିଲେ – ଖଣି ନିଗମ ବିଭିନ୍ନ ସ୍ଥାନରେ ବେଆଇନ୍‍ ଖନନ ପାଇଁ ୩୦୦ କୋଟି ଟଙ୍କା ଜୋରିମାନା ଦେଇଛି । ଓଡିଶାର ଖଣିଖାଦାନରୁ କିଛି ନେତା ଓ ଅଫିସର ମାସିକ ବଟି ହଜାର ହଜାର କୋଟି ଟଙ୍କା ଆଦାୟ କରୁଛନ୍ତି । ସରକାର ଏଥିପ୍ରତି ଆଖି ବୁଜିଦେଇଛନ୍ତି । କିନ୍ତୁ କଳରଙ୍ଗୀ ଶ୍ରମିକଙ୍କ ପ୍ରାପ୍ୟ ୨୨ ବର୍ଷ ହେଲା ଦେଉନଥିବାର କାରଣ ହେଉଛି – ଖଣି ନିଗମ ଶ୍ରମିକଙ୍କ ୫୦ କୋଟି ବୋର କିଛି ଅସୁବିଧା ନାହିଁ । କିନ୍ତୁ ଦେଲେ ବିପଦ ନ’ଦେଲେ ବିପଦ । ଦେଇଦେଲେ ବ୍ୟାପକ ପ୍ରଚାର ହେବ – ସାରା ଓଡିଶାର ଶ୍ରମଜୀବୀମାନେ ତାଙ୍କ ପ୍ରାପ୍ୟ ଅର୍ଥ ଦାବୀକୁ ଶାଣିତ କରିବେ – ନିର୍ବାଚନ ବର୍ଷରେ ସରକାର ଅଡୁଆରେ ପଡିବେ – ନ’ଦେଲେ ପ୍ରାୟ ୪୪ ବର୍ଷ ଧରି ବହୁ ଆନ୍ଦୋଳନ, ସଂଘର୍ଷ, ସଂଗ୍ରାମର ହତିଆରରେ ବଳିୟାନ କଲରଙ୍ଗୀ ଖଣି ଶ୍ରମିକମାନେ ନୂଆ ତରିକାରେ ଅଭିନବ – ଅଭିଯାନ ଆରମ୍ଭ କରିବେ

ସମାବେଶରେ ନିଷ୍ପତି ଅନୁଯାୟ ପ୍ରଥମେ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲୀକ ଘର ଅନନ୍ତପୁର – କାମାକ୍ଷାନଗର – ସେ ମଧ୍ୟ ବିଧାୟକ – ତାଙ୍କ ନିର୍ବାଚନ ମଣ୍ଡଳୀରେ ଭୂବନ ବ୍ଲକ୍‍ । ଏହି ବ୍ଲକ୍‍ରୁ ଅନଳ, ଓଡିଶୋ, ବଡକାଠିଆ, ବରନାଳୀ, ବରଗଜି, କୃଷ୍ଣପୁର ପ୍ରମୁଖ ଗାଁରୁ ପ୍ରାୟ ୩୦୦ ଖଣି ଶ୍ରମିକ କଲରଙ୍ଗୀରେ କାମ କରନ୍ତି । ପୁନଶ୍ଚ ଚିଫ୍‍ ସେକ୍ରେଟାରୀ ପ୍ରଦପ ଜେନାଙ୍କ ଘର ସୁକିନ୍ଦା ସମା-ଭୂବନ ବ୍ଲକ୍‍ର ବାଲିଛାଟିରେ ।

କଲରଙ୍ଗୀ ଶ୍ରମିକଙ୍କ ପ୍ରାପ୍ୟ ପଇଠ କରିବାପାଇଁ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, ଖଣିମନ୍ତ୍ରୀ, ସବୁ ସାଂସଦ, ବିଧାୟକ, ମୁଖ୍ୟ ଶାସନସଚିବଙ୍କ ଠାରୁ ଖଣି ନିଗମ, କେନ୍ଦ୍ରୀୟ ଶ୍ରମ ବିଭାଗ ସମସ୍ତଙ୍କୁ ଦିଆଯାଇଛି । ମାନ୍ୟବର ଓଡିଶା ହାଇକୋର୍ଟ, କେନ୍ଦ୍ର ଜଙ୍ଗଲ ପରିବେଷ ମନ୍ତ୍ରାଳୟ ପକ୍ଷରୁ ୨୦ ବର୍ଷ ହେଲା କଲରଙ୍ଗୀ ଖଣି ଖୋଲିବା ପାଇଁ ନିର୍ଦ୍ଦେଶ ଥିଲେ ବି ଖଣି ନିଗମ – ସରକାର ଖାତିର କରୁନାହାଁନ୍ତି ।

ଏବେ କାମାକ୍ଷାନଗର ଖଣିମନ୍ତ୍ରୀଙ୍କ ଗାଁ, ମୁଖ୍ୟ ଶାସନସଚିବ ଭୂବନ ପାଖ ଗାଁକୁ ଯାଇ ତାଙ୍କ ପରିବାର, ଗାଁ ଲୋକଙ୍କ ପାଖରେ ଫେରାଦ ହେବେ । କାକୁତିମିନତି କରିବେ । ଶ୍ରମିକମାନେ ସିନା ଭୁବନେଶ୍ୱର ଯାଇ ସେମାନଙ୍କ ଦେଖାପାଇବେନାହିଁ, କିନ୍ତୁ ଗାଁ ପାଖକୁ ଯାଇ ତାଙ୍କ ବ୍ୟଥା-ବେଦନା ଜଣାଇପାରିବେ । ଏହି ଅଭିନବ ଅଭିଯାନ ସୁକିନ୍ଦା – ଭୂବନ – କାମାକ୍ଷାନଗରରୁ ଆରମ୍ଭ ହେବ ବୋଲି ସଂଗ୍ରାମୀ ବରିଷ୍ଠ ଶ୍ରମିକନେତା ମାୟାଧର ନାୟକ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking