32.1 C
Bhubaneswar
Friday, October 18, 2024
Homeଓଡିଶାଟ୍ରକ ମାଲିକଙ୍କ ଆତ୍ମହତ୍ୟା

ଟ୍ରକ ମାଲିକଙ୍କ ଆତ୍ମହତ୍ୟା

ତେଲକୋଇ : ଫାଶୀ ଲଗାଇ ଟ୍ରକ ମାଲିକଙ୍କ ଆତ୍ମହତ୍ୟା। ମାସିକିଆ କିସ୍ତି ଦେଇ ନପାରିବାରୁ ଜଣେ ଟ୍ରକ ମାଲିକ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁର ମୁକୁନ୍ଦ ମହାକୁଡ଼(ମିଟୁ)।

ସୂଚନାନୁଯାୟୀ, ଛାମୁଣ୍ଡା ଗାଁର ମୁକୁନ୍ଦ ମହାକୁଡ଼ ଟାଟା ଫାଇନାନ୍ସରୁ ଋଣ କରି ଏକ ୧୨ ଚକିଆ ଟ୍ରକ ଆଣି ଲୁହାପଥର ଖଣିରେ ଭଡ଼ା ଟାଣୁଥିଲେ। ପ୍ରାୟ ୬ ମାସ ହେବ ଲୁହାପଥର ଲୋଡିଂ ବନ୍ଦ ଥିବାରୁ ଗାଡି ଘରେ ଠିଆ ହୋଇ ରହିଥିଲା। ଫଳରେ ସେ ୪ ମାସ ହେବ ଟ୍ରକର ମାସିକିଆ କିସ୍ତି ଦେଇ ପାରିନଥିଲେ। ଫାଇନାନ୍ସ କମ୍ପାନୀର ତାଗିଦ ତାଙ୍କୁ ବିଚଳିତ କରିଥିଲା। ଗତକାଲି ବିଳମ୍ବିତ ରାତିରେ ମୁକୁନ୍ଦ ଟ୍ରକ ନିକଟରେ ଗୋଟିଏ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking