33.1 C
Bhubaneswar
Saturday, October 5, 2024
Homeଓଡିଶାପାରିବାରିକ କଳହରୁ ଆତ୍ମହତ୍ୟା

ପାରିବାରିକ କଳହରୁ ଆତ୍ମହତ୍ୟା

ଭୁବନେଶ୍ୱର: ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳରେ ଥିବା ଏକ ଘରୋଇ କଲେଜରେ ପଢ଼ୁଥିବା +୨ ପ୍ରଥମ ବର୍ଷ ଛାତ୍ର ଆତ୍ମହତ୍ୟା କରିଥିବାବେଳେ ଲକ୍ଷ୍ମୀସାଗର ଥାନା ଝାରପଡା ମୁସ୍‌ଲିମ୍ ସାହିରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ଛାତ୍ର ଜଣଙ୍କ ହେଲା ସେକ୍ ସନଉର୍ଦ୍ଦିନ୍‌(୨୩) । ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ମୃତଦେହକୁ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି । ଏ ନେଇ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସମୟରେ ଛାତ୍ରଙ୍କ ମୃତ୍ୟୁକୁ ନେଇ ଏବେ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ । ପ୍ରେମ ପାଇଁ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବାବେଳେ ପରିବାର ଲୋକେ ଏ ନେଇ ମୁହଁ ଖୋଲୁନଥିବା ଜଣାପଡିଛି । ଅନ୍ୟପଟେ ସେକ୍ ସନଉର୍ଦ୍ଦିନଙ୍କ ଫୋନକୁ ଜବତ କରିଛି ପୋଲିସ ।

ସେକ୍ ସନଉର୍ଦ୍ଦିନର କଲ ରେକର୍ଡକୁ ପୋଲିସ ଯାଞ୍ଚ କରିବା ସହ ହ୍ୱାଟସପ୍ ଚାଟିଂକୁ ଖୋଳତାଡ କରୁଥିବା ଜଣାପଡିଛି । ଅନ୍ୟ ପଟେ ସାଇଣ୍ଟିିଫିକ୍ ଟିମ୍ ମଧ୍ୟ ଘଟଣାର ତଦନ୍ତ ଜାରି ରଖିଛି । ସୂଚମ୍ନୁସାରେ, ଲକ୍ଷ୍ମୀସାଗର ଥାନା ଝାରପଡା ମୁସ୍‌ଲିମ୍ ସାହିରେ ରହୁଥିଲେ ସେକ୍ ସନଉର୍ଦ୍ଦିନ୍ ଓ ତାଙ୍କ ପରିବାର । ବାପା ଏକ ଦୋକାନ କରିଥିବାବେଳେ ସନଉର୍ଦ୍ଦିନ୍ +୩ ଶେଷ କରି ବ୍ୟାକିଂ କୋଚିଂ ନେଉଥିଲେ । ଗତ କିଛି ଦିନ ହେବ ପରିବାର ମଧ୍ୟରେ ଝଗଡା ଲାଗି ରହିଥିଲା । ଅନ୍ୟ ପଟେ ସନଉର୍ଦ୍ଦିନ୍ କୁଆଡେ ଜଣେ ଯୁବତୀଙ୍କୁ ଭଲ ପାଉଥିବା ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା । ମଙ୍ଗଳବାର ଦିନ ୩ଟା ସମୟରେ ପରିବାର ଲୋକଙ୍କ ସହ ସନଉର୍ଦ୍ଦିନ୍ ଖିଆପିଆ କରି ନିଜ ରୁମରେ ଶୋଇଥିଲେ । ସନ୍ଧ୍ୟା ୫ଟା ହୋଇଥିଲେ ମଧ୍ୟ ସେ କବାଟ ନ ଖୋଲିବାରୁ ତାଙ୍କ ଭଉଣୀ ଯାଇ ଡାକିଥିଲେ । ସ୍କାଏ ଲାଇଟ୍ ବାଟେ ଦେଖିବା ବେଳକୁ ସେ ଫ୍ୟାନରେ ଝୁଲି ପଡିଛି । ସଙ୍ଗେ ସଙ୍ଗେ କବାଟ ଭାଙ୍ଗି ସନଉର୍ଦ୍ଦିନ୍‌ଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି । ପାରିବାରିକ କଳହ ନାଁ ପ୍ରେମ ପାଇଁ ସନଉର୍ଦ୍ଦିନ୍ ଜୀବନ ହାରିଲେ ତାର ଖୋଳତାଡ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking