28.1 C
Bhubaneswar
Friday, November 22, 2024
Homeଦେଶ ବିଦେଶମୋଦୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ଧମକ

ମୋଦୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ଧମକ

ତ୍ରିଭେନ୍ଦ୍ରମ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ୍ ୨୪ ତାରିଖରେ କେରଳ ଗସ୍ତ କରିବେ । ଏହି ଗସ୍ତ ପୂର୍ବରୁ କେରଳ ବିଜେପି ଅଧ୍ୟକ୍ଷ କେ. ସୁରେନ୍ଦ୍ରନ୍‌ଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବେଳେ ମାନବ ବୋମା ଦ୍ୱାରା ଆକ୍ରମଣ କରାଯିବାକୁ ଏହି ଚିଠିରେ ଧମକ ଦିଆଯାଇଛି । ମାଲାୟଲାମ୍‌ରେ ଲିଖିତ ଚିଠିରେ କୁହାଯାଇଛି ମୋଦୀଙ୍କ ଅବସ୍ଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ପରି ହେବ । ଉଲ୍ଲେଖଯୋଗ୍ୟ, ୧୯୯୧ ମେ’ ୨୧ରେ ତାମିଲନାଡ଼ୁର ଶ୍ରୀପେରମ୍ବୁଦୁରରେ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା । ସୁରେନ୍ଦ୍ରନ୍ ପୁଲିସକୁ ଏହି ଚିଠି ପ୍ରଦାନ କରିଛନ୍ତି । ଆଶ୍ଚର୍ଯ୍ୟର ବିଷୟ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କିତ କେରଳ ଏଡିଜିପି (ଇଣ୍ଟେଲିଜେନ୍ସ)ଙ୍କ ୪୯ ପୃଷ୍ଠାର ଏକ ଗୁପ୍ତ ରିପୋର୍ଟ କିଛିଦିନ ପୂର୍ବେ ମିଡିଆରେ ଲିକ୍ ହୋଇଥିଲା ।

ରିପୋର୍ଟରେ ଡ୍ୟୁଟିରେ ମୁତୟନ ଅଧିକାରୀଙ୍କ ନାମ, ସେମାନଙ୍କ ଭୂମିକା, ପ୍ରଧାନମନ୍ତ୍ରୀଙ୍କ ବିସ୍ତୃତ କାର୍ଯ୍ୟକ୍ରମର ଚାର୍ଟ ସହିତ ଅନ୍ୟ ମାମଲାର ତଥ୍ୟ ଦିଆଯାଇଛି । ରାଜ୍ୟରେ ଆତଙ୍କବାଦୀ ଓ ଦେଶବିରୋଧୀ ତତ୍ତ୍ୱଙ୍କ ଉପସ୍ଥିତି ସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏପରି ସମୟରେ ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଧମକ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି । କେ. ସୁରେନ୍ଦ୍ରନ୍‌ଙ୍କ ଅନୁସାରେ ଏପ୍ରିଲ୍ ୧୭ ତାରିଖରେ ତାଙ୍କୁ ଏହି ଚିଠି ମିଳିଥିଲା, ଯାହା ସେ ପୁଲିସକୁ ପ୍ରଦାନ କରିଥିଲେ । ଏହା ପଠାଇଥିବା ବ୍ୟକ୍ତି ଏର୍ନାକୁଲମ୍ ନିବାସୀ ଜୋସେଫ୍ ଜନି । ମାତ୍ର ପୁଲିସ ପଚରା ଉଚରା ବେଳେ ଏପରି ଚିଠି ପଠାଇଥିବା ଅସ୍ୱୀକାର କରିଛନ୍ତି । ସେହିପରି ଚିଠିରେ ଥିôବା ଲେଖା ତାଙ୍କ ହସ୍ତାକ୍ଷର ସହିତ ମେଳ ଖାଉନାହିଁ ବୋଲି ପୁଲିସ କହିଛି । ତେବେ ପୁଲିସ ସତର୍କତା ସ୍ୱରୂପ ସୁରକ୍ଷା ବଢ଼ାଇଦେବା ସହିତ ରାଜ୍ୟରେ ହାଇ ଆଲର୍ଟ ଜାରି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking