ମୁମ୍ବାଇ: ମହାରାଷ୍ଟ୍ରରେ ଜଣେ ବରିଷ୍ଠ ଆଇଏଏସ୍ ଅଫିସର ରେସ୍ତୋରାଁରେ ଖାଦ୍ୟ ଖାଇବାପରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରଶାନ୍ତ ଦତ୍ତରାୟ ନବଘଡେ ନାମକ ଏହି ୫୭ ବର୍ଷୀୟ ଆଇଏଏସ୍ ମହାରାଷ୍ଟ୍ର ସରକାରଙ୍କ ପୂର୍ତ୍ତ ସଚିବଭାବେ କାର୍ଯ୍ୟରତ ଥିଲେ । ବୁଧବାର ସେ ଦୁଇଜଣ ସାଙ୍ଗଙ୍କ ସହ ମୁମ୍ବାଇର କାଲାଘୋଡା ଅଞ୍ଚଳରେ ଥିବା ଏକ ରେସ୍ତୋରାଁକୁ ଯାଇଥିଲେ । ରାତ୍ରିଭୋଜନ କରିବାପରେ ସେ ହଠାତ୍ ଟଳିପଡିଥିଲେ । ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଇଛି ।