26.1 C
Bhubaneswar
Saturday, April 4, 2026
Homeଅପରାଧଋଣ ଚିନ୍ତାରେ ଉଜୁଡିଗଲା ସଂସାର , ବେସାହାରା ହେଲେ ଦୁଇ ପିଲା

ଋଣ ଚିନ୍ତାରେ ଉଜୁଡିଗଲା ସଂସାର , ବେସାହାରା ହେଲେ ଦୁଇ ପିଲା

 

ବାଲେଶ୍ୱର: ଋଣ ଚିନ୍ତାରେ ଉଜୁଡିଗଲ ସଂସାର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା କେପି ଲାଖରାଜ ପଞ୍ଚାୟତର ଚଣ୍ଡୀପୁର ଗ୍ରାମରେ । ତେବେ ଋଣ ଚିନ୍ତାରେ ଗୋଟିଏ ପରିବାରର ୩ଜଣଙ୍କ ଜୀବନ ଯାଇଛି। ଯାହାଫଳରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ଋଣ ଭାରାକ୍ରାନ୍ତ ଏକ ଦମ୍ପତି ବିଷ ପିଇ ଆତ୍ମହତ୍ୟା କରିଥିବା ବେଳେ ପୁଅ ମୃତ୍ୟୁ ଖବର ଶୁଣି ବାପା ଆଖି ବୁଜିବା ଆଲୋଡ଼ନ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଚଣ୍ଡୀପୁର ଗ୍ରାମର ସ୍ବରୁପାନନ୍ଦ ଗୋସ୍ବାମୀ ଏବଂ ତାଙ୍କ ସ୍ତ୍ରୀ ସୁଶ୍ରୀ ସଂଗୀତା ଦେବଗୋସ୍ବାମୀ କିଛି ଅର୍ଥ ଲଗାଣକାରୀ ସଂସ୍ଥା ସମେତ ସ୍ବୟଂସହାୟିକା ଗୋଷ୍ଠୀରୁ ଲକ୍ଷାଧିକ ଟଙ୍କା ଋଣ ଆଣି ହଲର୍‌ ମେଶିିନ, ମୁଢ଼ି ମିଲ୍‌, ହଳଦୀ ପ୍ୟାକିଂ ମେଶିିନ ବସାଇ ପରିବାର ପ୍ରତିପୋଷଣ କରିଆସୁଥିଲେ। ମାତ୍ର ଉକ୍ତ ସଂସ୍ଥାଗୁଡ଼ିକ କ୍ଷତିରେ ଚାଲିବା ଫଳରେ ଠିକ୍‌ ସମୟରେ ଋଣ ପରିଶୋଧ କରିପାରି ନଥିଲେ। ଋଣ ଲଗାଣକାରୀ ସଂସ୍ଥାର ବାରମ୍ବାର ତାଗିଦା ଏବଂ ଜୁଲମ ଯୋଗୁ ଗତ ବୁଧବାର ବିଳମ୍ବିତ ରାତିରେ ଉକ୍ତ ଦମ୍ପତି ବିଷ ପିଇ ଦେଇଥିଲେ।
ଚିକିତ୍ସା ପାଇଁ ସେମାନଙ୍କୁ ପ୍ରଥମେ ନୀଳଗିରି ହସ୍ପିଟାଲ ଓ ପରେ ରେମୁଣାସ୍ଥିତ ଫକୀର ମୋହନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଉତ୍ତମ ଚିକିତ୍ସା ପାଇଁ ପରିବାର ଲୋକ ଉଭୟଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ସଂଗୀତାଙ୍କ ମୃତ୍ୟୁ ଘଟିଥିଲା। ଶନିବାର ରାତି ପ୍ରାୟ ୨ଟା ୧୫ ମିନିଟ୍‌ରେ ସ୍ବରୁପାନନ୍ଦଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ପୁରୀ ସ୍ବର୍ଗଦ୍ୱାର ନେଇ ଶେଷକୃତ୍ୟ ସମ୍ପନ୍ନ କରାଇଥିଲେ। ତେବେ ରବିବାର ସକାଳେ ପୁଅ ମୃତ୍ୟୁ ଖବର ଜାଣିବା ପରେ ସ୍ବରୁପାନନ୍ଦଙ୍କ ବାପା ଜୟକୃଷ୍ଣ ନନ୍ଦଦେବ ଗୋସ୍ବାମୀଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ମୃତ ଦମ୍ପତିଙ୍କର ଗୋଟିଏ ପୁଅ ଓ ଗୋଟିଏ ନାବାଳିକା ଝିଅ ଅଛନ୍ତି ଏବଂ ନିଜ ମା’ବାପାଙ୍କୁ ହରାଇ ବେସାହାରା ହୋଇପଡ଼ିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking