କୋଚି : ଭାରତରେ ବିକଶିତ ହେଭିୱେଟ୍ ଟର୍ପିଡୋର କୋଚିରେ ମଙ୍ଗଳବାର ସଫଳ ପରୀକ୍ଷଣ କରାଯାଇଛି । ଟର୍ପିଡୋ ପାଣି ଭିତରେ ଥିବା ଏକ ଲକ୍ଷ୍ୟକୁ ସିଧା ଭେଦ କରିଛି । ଅଣ୍ଡର ୱାଟର୍ ଡୋମେନ୍ରେ ଉନ୍ନତ ଅସ୍ତ୍ରଶସ୍ତ୍ର ନିର୍ମାଣ ଦିଗରେ ନୌସେନା ଏବଂ ଡିଆର୍ଡିଓର ପକ୍ଷରୁ ଏହା ଏକ ମାଇଲ୍ ଖୁଣ୍ଟ ବୋଲି ଭାରତୀୟ ନୌସେନା ପକ୍ଷରୁ ପୁହାଯାଇଛି ।
ସେହିପରି ଏହା ଭବିଷ୍ୟତର ଯୁଦ୍ଧ ପାଇଁ ଆମର ପ୍ରସ୍ତୁତି ବୋଲି ନୌସେନା କହିଛି । ଗତ କିଛିବର୍ଷ ଧରି ସମ୍ବନ୍ଧିତ ଅଞ୍ଚଳରେ ଚୀନ୍ର ବୃଦ୍ଧି ପାଉଥିବା ଆକ୍ରମଣାତ୍ମତାକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ଭାରତ ମହାସାଗରରେ ନିଜର ଯୁଦ୍ଧ ପ୍ରସ୍ତୁତି ବୃଦ୍ଧି ଉପରେ ଫୋକସ୍ କରିଆସୁଛି ।