32.1 C
Bhubaneswar
Saturday, September 28, 2024
Homeଓଡିଶାସୁବ୍ରତ ବାଗ୍‌ଚୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ସୁବ୍ରତ ବାଗ୍‌ଚୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର: ସୁବ୍ରତ ବାଗ୍‌ଚୀଙ୍କୁ ନୂଆ ମିଳିଲା ଦାୟିତ୍ୱ । ସରକାରୀ ଅନୁଷ୍ଠାନର ଦକ୍ଷତା ବିକାଶ ଉପଦେଷ୍ଟା ହେଲେ ସୁବ୍ରତ ବାଗଚୀ । ନିଯୁକ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁବ୍ରତ ବାଗଚୀଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସମସ୍ତ ସୁବିଧାସୁଯୋଗ ମିଳିବ । ଆନୁଷ୍ଠାନିକ ଦକ୍ଷତା ବୃଦ୍ଧି ଦିଗରେ ପରାମର୍ଶ ଦେବେ ସୁବ୍ରତ ବାଗଚୀ ।

ଶ୍ରୀ ବାଗଚୀ ରାଜ୍ୟର ସମସ୍ତ ପ୍ରଶାସନିକ ସେବା ପ୍ରଶିକ୍ଷଣ ସଂସ୍ଥାନର ସଂସ୍ଥାଗତ କ୍ଷମତା ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଛନ୍ତି । ସେ ରାଜ୍ୟର ପ୍ରଶାସନିକ ସେବା ପ୍ରଶିକ୍ଷଣ ସଂସ୍ଥାଗୁଡ଼ିକର ଭବିଷ୍ୟତ ଲକ୍ଷ୍ୟ ନିର୍ଦ୍ଧାରଣ ଦିଗରେ କାର୍ଯ୍ୟ କରିବେ ଓ ସେସବୁକୁ ବିଶ୍ୱସ୍ତରୀୟ କରିବା ପାଇଁ ସହାୟତା ଦେବେ । ଏହା ପୂର୍ବରୁ ସେ ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking