19.1 C
Bhubaneswar
Monday, November 25, 2024
Homeଓଡିଶାଅଜଣା ରୋଗରେ ପୀଡ଼ିତ ସୁବାସିନୀ : ସରକାରୀ ସହାୟତାକୁ ଅପେକ୍ଷା

ଅଜଣା ରୋଗରେ ପୀଡ଼ିତ ସୁବାସିନୀ : ସରକାରୀ ସହାୟତାକୁ ଅପେକ୍ଷା

ମୋହନା : କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ନିରାମୟ ଯୋଜନାରେ ରୋଗୀଙ୍କୁ ଔଷଧ ମିଳୁଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଗରିବଙ୍କୁ ମାଗଣା ଚିକିତ୍ସା ସେବା ମିଳୁଥିବା ସରକାର କହୁଛନ୍ତି । କିନ୍ତୁ ଆଜି ବି ମୋହନା ବ୍ଲକ କର୍ଚ୍ଚବାଡ଼ି ପଞ୍ଚାୟତରେ ଏହିସବୁ ଯୋଜନାର ସୁଫଳରୁ ଲୋକେ ବଞ୍ôଚତ ହେଉଥିବା ଅଭିଯୋଗ ହେଉଛି । କର୍ଚ୍ଚବାଡି ପଞ୍ଚାୟତ ଅଧିନ ଶୁଖିଲାଆମ୍ବ ଗ୍ରାମର ସୁବାଷିନୀ ନାୟକ(୫୨) ଅଜଣା ରୋଗରେ ପୀଡ଼ିତ ଅଛନ୍ତି । ପରିବାର କହିଲେ ସ୍ୱାମୀ ଓ ଦୁଇଟି ସନ୍ତାନ । ପୁଅକୁ ୧୩ ବର୍ଷ ହୋଇଥିବା ବେଳେ ଝିଅକୁ ୬ବର୍ଷ । ପରିବାର ପ୍ରତି ପ୍ରତିପୋଷଣ ପାଇଁ ଗତ ବର୍ଷ ଖରା ଦିନେ ସୁବାଷିନୀ ନିକଟସ୍ଥ ଜଙ୍ଗଲକୁ ମହୁଲ ଗୋଟାଇବା ପାଇଁ ଯାଇଥିଲେ । ଫେରିବା ବେଳେ ରାସ୍ତାରେ ଅଚେତ ହୋଇ ପଡି ଯାଇଥିଲେ । ଖବର ପାଇ ସ୍ୱାମୀ ଖଦାଳ ନାୟକ (୫୭)ତାଙ୍କୁ ଉଦ୍ଧାର କରି ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସୁବାଷିନୀଙ୍କ ସ୍ୱାସ୍ଥ୍ୟ ଭଲ ନ ହେବାରୁ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର, ଓ ଗୁଣିଆଁ ଆଦିଙ୍କୁ ଦେଖାଇ ବହୁ ଅର୍ଥ ଖର୍ଚ୍ଚ କରି ସାରିଲେଣି । କିନ୍ତୁ ରୋଗ କମିବାର ନା ନେଉନି । ଚିକିତ୍ସା ପାଇଁ ଘରର ହାଣ୍ଡି, ସୁନା, ରୁପା ଯାହା ଥିଲା ସବୁ ବିକ୍ରି କରି ସାରିଲେଣି । ଶେଷରେ ନିରାଶ ହୋଇ ସ୍ତ୍ରୀକୁ ଘରେ ରଖି ଚିନ୍ତାରେ ଅଛନ୍ତି ପରିବାର । ରୋଗାଗ୍ରସ୍ତ ସୁବାଷିନୀଙ୍କ ଡାହାଣ ହାତରୁ ମାଂସ ଖସିବାରେ ଲାଗିଲାଣି । ବିଛଣାରେ ପଡି ଜୀବନ ସହ ସଂଗ୍ରାମ କରୁଛନ୍ତି ସୁବାଷିନୀ । ହାତରେ ଖାଇବା ପାଇଁ ସକ୍ଷମ ନଥିବାରୁ ନିଜ ସମ୍ପର୍କୀୟଙ୍କୁ ଡାକି ସେବା କରାଉଛନ୍ତି ଖଦାଳ । ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ ପିଲାକୁ ପାଠ ପଢ଼ାଇବା ଓ ପରିବାର ଚଳାଇବା ତାଙ୍କ ପକ୍ଷେ କାଠିକର ପାଠ ହୋଇଛି । ସରକାରୀ ସହାୟତା ଅପେକ୍ଷାରେ ଖଦାଳଙ୍କ ପରିବାର । ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେଲେ ସୁବାଷିନୀ ରୋଗରୁ ମୁକ୍ତି ପାଇପାରନ୍ତେ ବୋଲି ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking