26.1 C
Bhubaneswar
Saturday, October 19, 2024
Homeଓଡିଶାବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ସବ୍‌ଜୁନିୟର ନାସ୍‌ନାଲ୍ ହକି ଚାମ୍ପିଅନ୍‌ଶିପ୍

ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ସବ୍‌ଜୁନିୟର ନାସ୍‌ନାଲ୍ ହକି ଚାମ୍ପିଅନ୍‌ଶିପ୍

ଭୁବନେଶ୍ୱର: ଚଳିତ ବର୍ଷ ଏଫ୍‌ଆଇଏଚ୍ ପୁରୁଷ ବିଶ୍ୱକପ୍ ଏବଂ ପ୍ରୋ-ଲିଗ୍ ମ୍ୟାଚ୍‌ର ତ୍ରୁଟିହୀନ ସଫଳ ଆୟୋଜନ ପରେ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡ଼ିୟମ୍‌ରେ ଚଳିତ ମେ’ ମାସରେ ଦୁଇଟି ପ୍ରତିଷ୍ଠିତ ଇଭେଣ୍ଟ୍ ଆୟୋଜିତ ହେବାକୁ ଯାଉଛି । ବିଶ୍ୱର ସର୍ବାଧିକ ଦର୍ଶକ କ୍ଷମତା ବିଶିଷ୍ଟ ଏହି ଆଉଟ୍‌ଡୋର୍ ହକି ଷ୍ଟାଡିୟମ୍‌ରେ ତ୍ରୟୋଦଶ ହକି ଇଣ୍ଡିଆ ସବ୍‌-ଜୁନିୟର୍ ମହିଳା ନାସ୍‌ନାଲ୍ ଚାମ୍ପିଅନ୍‌ଶିପ୍ (ମେ ୪-୧୪) ଏବଂ ତ୍ରୟୋଦଶ ହକି ଇଣ୍ଡିଆ ପୁରୁଷ ସବ୍‌ଜୁନିୟର୍ ନାସ୍‌ନାଲ୍ ଚାମ୍ପିଅନ୍‌ଶିପ୍ (ମେ ୧୮- ୨୮) ଆୟୋଜିତ ହେବ ।

ହକି ଇଣ୍ଡିଆ ସଭାପତି ଦିଲୀପ୍ ତିର୍କୀ କହିଛନ୍ତି, ବିଶ୍ୱ କପ୍ ଏବଂ ପ୍ରୋ ଲିଗ୍ ଅବସରରେ ରାଉରକେଲା ହକି ପାଇଁ ଏକ ଉତ୍ତମ ଭେନ୍ୟୁ ଭାବେ ପ୍ରତିପାଦିତ ହୋଇପାରିଛି । ଆଗାମୀ ସବ୍‌ଜୁନିୟର୍ ନାସ୍‌ନାଲ୍ ଚାମ୍ପିଅନ୍‌ଶିପ୍‌ରେ ମଧ୍ୟ ଏଥିରେ କୌଣସି ପରିଽର୍ତ୍ତନ ହେବ ନାହିଁ ବୋଲି ସେ ଆଶାବାଦୀ ଅଛନ୍ତି । ଟୁର୍ଣ୍ଣାମେଣ୍ଟ୍ ପାଇଁ ସମସ୍ତ ଖେଳାଳି ଓ ଟିମ୍‌ଗୁଡ଼ିକୁ ସେ ସ୍ୱାଗତ କରିବା ସହିତ ସେମାନଙ୍କୁ ଶୁଭକାମନା ଜଣାଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ୍ ଯୁବ ଆଥ୍‌ଲେଟ୍‌ଙ୍କୁ ସେମାନଙ୍କ କୌଶଳ ପ୍ରଦର୍ଶନ କରିବା ସହିତ ଅଭିଜ୍ଞତା ହାସଲ କରିବା ପାଇଁ ଏହା ଏକ ସୁନ୍ଦର ସୁଯୋଗ ହେବ ବୋଲି ପଦ୍ମଶ୍ରୀ ତିର୍କୀ କହିଛନ୍ତି ।

ଐତିହାସିକ ଇଭେଣ୍ଟ୍ ପୂର୍ବରୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ସଚିବ ଭିନୀଲ୍ କ୍ରିଷ୍ଣା କହିଛନ୍ତି, ଟିମ୍‌ଗୁଡ଼ିକୁ ଓଡ଼ିଶାରେ ସ୍ୱାଗତ କରି ଆମେ ଅତ୍ୟନ୍ତ ଖୁସି ଏବଂ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ରେ ତ୍ରୟୋଦଶ ହକି ଇଣ୍ଡିଆ ସବ୍‌ଜୁନିୟର୍ ମହିଳା ଓ ପୁରୁଷ ନାସ୍‌ନାଲ୍ ଚାମ୍ପିଅନ୍‌ଶିପ୍ ଆୟୋଜନ କରିବାକୁ ନେଇ ଗର୍ବ ଅନୁଭବନ କରୁଛୁ । ଯୁବ ଆଥ୍‌ଲେଟ୍‌ଙ୍କୁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇଦେବା ସହିତ ସେମାନଙ୍କର ସ୍ୱପ୍ନ ସାକାର ପାଇଁ ସେମାନଙ୍କୁ ସଶକ୍ତ କରିବା ନିମନ୍ତେ ପ୍ରତିବଦ୍ଧତାକୁ ଏହାକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି । ଦୁଇ ଇଭେଣ୍ଟକୁ ନେଇ ରାଉରକେଲା ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ସ୍କୁଲ ପିଲାମାନେ କିପରି ଷ୍ଟାଡିୟମ୍‌ରେ ମାଗଣାରେ ମ୍ୟାଚ୍ ଦେଖିପାରିବେ ସେଥିପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking