ଭୁବନେଶ୍ୱର: ରାଜ୍ୟ ସରକାର ନିର୍ମାଣ କରିଥିବା ଭବାନୀପାଟଣା ସ୍ଥିତ ସରକାରୀ ମେଡିକାଲ କଲେଜକୁ ଜାତୀୟ ଭେଷଜ ବିଜ୍ଞାନ ପରିଷଦ (ଏନ୍ଏମ୍ସି) ଅନୁମୋଦନ କରିଛନ୍ତି । ତେଣୁ ଚଳିତ ଶିକ୍ଷା ବର୍ଷରେ ପାଠପଢ଼ା ଆରମ୍ଭ ହେବ । ଏଥିପାଇଁ ପ୍ରସ୍ତୁତି କରାଯାଇଛି । ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ ଏହି ଅନୁଷ୍ଠାନ ରାଜ୍ୟବାସୀଙ୍କର ଦୀର୍ଘ ଦିନର ଆଶା ଓ ଆକାଂକ୍ଷା ପୂରଣ କରିବ । ୨୦୨୩-୨୪ ଶିକ୍ଷାବର୍ଷଠାରୁ ଏଠାରେ ୧୦୦ ଜଣ ଏମ୍ବିବିଏସ୍ ଛାତ୍ରଛାତ୍ରୀ ପାଠପଢ଼ା ଆରମ୍ଭ କରିବେ।