ଗଞ୍ଜାମ: ଆସନ୍ତା ୧୫ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଶେଷ ପର୍ଯ୍ୟାୟରେ ମୁଲ୍ୟାୟନ ପ୍ରକ୍ରିୟା । ଫଳ ପ୍ରକାଶନର ଠିକ ପୁର୍ବରୁ ପରୀକ୍ଷାର୍ଥୀଙ୍କ ଚିନ୍ତା ବଢାଇଛି ଫେକ୍ ଫୋନ କଲ୍ । ମାର୍କ ବଢାଇବାକୁ କହି ଟଙ୍କା ମାଗୁଥିବା ଫୋନ କଲ୍କୁ ନେଇ ଚିନ୍ତାରେ ଅଭିଭାବକ । ଏପଟେ ସିଏଚ୍ଏସ୍ଇର ପ୍ରତିକ୍ରିୟା ଏପରି ହେଲେ ଥାନାରେ ଦିଅନ୍ତୁ । ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ, ମୁଣ୍ଡ ଉପରେ ଥିବା ବେଳେ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢାଇଛି ଫେକ୍ ଫୋନ୍ କଲ୍ । ମୁଁ ପ୍ଲସ-ଟୁ କାଉନ୍ସିଲରୁ କହୁଛି । ଟଙ୍କା ଦେଲେ ମାର୍କ ବଢ଼ାଇଦେବୁ । ଫେଲ ହୋଇଥିବା ବିଷୟରେ ପାସ୍ କରାଇଦବୁ କହି ଫୋନ ଆସୁଛି । ଗତକାଲି ଗଞ୍ଜାମ ମହାବିଦ୍ୟାଳୟର ଜଣେ ବିଜ୍ଞାନ ଛାତ୍ରୀଙ୍କୁ କେମେଷ୍ଟ୍ରି ପେପରରେ ପାସ୍ କରାଇଦେବା ପାଇଁ ଫୋନ ଯୋଗେ ୪ ହଜାର ଟଙ୍କା ମାଗିଥିଲେ ଠକ । ଗଞ୍ଜାମ ଅଞ୍ଚଳରେ ୫ଜଣ ଅଭିବାବକଙ୍କୁ ଏପରି ଫୋନ୍ ଆସିଥିବା ଅଭିଯୋଗ ହୋଇଛି । ଏନେଇ ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଫୋନ ପାଇଥିବା ଛାତ୍ରୀଙ୍କ ପରିବାର ।