ପୁରୀ : ଉଠାଦୋକାନୀ ଙ୍କୁ ଜୁଲୁମ, ବସ୍ତି ବାସିନ୍ଦାଙ୍କ ଅଧିକାର ନାହିଁ, ବଗଳା ଜମି ଠାରୁ ମହିଳା କୁଟୀର ଜମି ଦୁର୍ନୀତି, ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚୋରି ରହସ୍ୟ, ସ୍ୱର୍ଗଦ୍ୱାର ଜମି ଜବର ଦଖଲ, ପୁରୀର ଜମି ଜମା ଓ ଭୂ-ସଂପତ୍ତି ସୁରକ୍ଷା ସ୍ଥାୟୀ ପ୍ରତିକାର ନାହିଁ, ସ୍କୁଲ ଓ କଲେଜ ରେ ଶିକ୍ଷକ ଓ ଅଧ୍ୟାପକ ନାହାନ୍ତି, ଅଙ୍ଗନବାଡି ଛତୁଆ ଦୁର୍ନୀତି ସହ ଅଙ୍ଗନବାଡି ର ଦିଦି ମାନେ ଆଜି ରାଜରାସ୍ତାରେ ନିଜ ହକ ପାଉନାହାନ୍ତି, ପୁରୀର ବିକାଶ ନାମରେ ପୁରୀର ସ୍ୱରେଜ କାର୍ଯ୍ୟ କୋଟି କୋଟି ଖର୍ଚ ହେଲେ ନିମ୍ନମାନର କାର୍ଯ୍ୟ ପାଇଁ ଆଜି ଏହା କାର୍ଯ୍ୟକାରୀ ହେଇପାରୁନି, ପୁରୀର ସମୁଦ୍ର ଉପରେ ନିର୍ଭର ମସ୍ୟଜୀବି ମାନଙ୍କୁ ମଟର ଠାରୁ ଡଙ୍ଗାର ମହା ଦୁର୍ନୀତି, ୫ଟି ନାମରେ ପ୍ରହସନ କରୁଥିବା ଅଣ-ଓଡ଼ିଆ ଙ୍କ ବିରୋଧରେ ପୁରୀ ଜ଼ିଲ୍ଲା ବ୍ରହ୍ମଗିରି ନେତାଙ୍କ ବୟାନ କୁ ନେଇ ଆଜି ପୁରୀ ଜ଼ିଲ୍ଲା ଛାତ୍ର କଂଗ୍ରେସ ତରଫରୁ ପୁରୀର ମୌଳିକ ଅସୁବିଧାକୁ ନେଇ ପ୍ରତିବାଦ କରିଥିଲା ସବୁଠାରୁ ମୁଖ୍ୟ କାରଣ ହେଲା ପୁରୀର ମୁଖ୍ୟ ହସ୍ପିଟାଲ ରୋଗୀଙ୍କ ପାଇଁ ମରଣ ଯନ୍ତା ପଲିଟିଛି – ଏଠି ଡାକ୍ତର ନାହିଁ କିମ୍ବା ରୋଗୀ ସେବା ପାଇଁ ବ୍ୟାପକ ସରଞ୍ଜାମ ନାହିଁ | ଡାକ୍ତର ଗଣ ମଧ୍ୟ ନିଜ କର୍ତ୍ତବ୍ୟ ଠାରୁ ଦୁରେଇ ଯାଉଛନ୍ତି |
ସାମାନ୍ୟ ଜର ଥଣ୍ଡା ପାଇଁ ଯଦି କଟକ ପଠାଉଛନ୍ତି ପୁରୀ ଡାକ୍ତରଖାନା ଅଧିକାରୀ ଚିନ୍ତା କରନ୍ତୁ ପୁରୀର ବିକାଶ ହୋଇଛି କି ବିନାଶ | ଜଗନ୍ନାଥ ମେଡିକାଲ କଲେଜ ବଡ ଆଡମ୍ବରରେ ଉଦ୍ଘାଟନ ହେଲା – ହେଲେ ସେଠାରେ ରୋଗୀ ସେବା ମିଳୁନି | ଜଗନ୍ନାଥ ମନ୍ଦିର ସୁରକ୍ଷା ନାମରେ ମଠ ମନ୍ଦିର ଇତିହାସ ଭଙ୍ଗାଗଲା | ହେଲେ ସମୁଦ୍ର ମାର୍ଗ ମୁକୁଳା ପଡିଛି |ଫନି ଠାରୁ ପୁରୀର ସମସ୍ତ ଜାଗର କ୍ୟାମେରା କାର୍ଯ୍ୟ ହେଇପାରୁନି ସୁରକ୍ଷା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇକି ରହିଛି | ପୁରୀର ଯଦି ବିକାଶ ହଉଛି ଯଦି ୩୦୦୦କୋଟି ଟଙ୍କାର ଅର୍ଥ ଆସିଛି ଚିନ୍ତା କରନ୍ତୁ କୋଉଠି ବିକାଶ | ପୁରୀର ଲକ୍ଷ ଲକ୍ଷ ଯୁବକ ବେକାର ହୋଟେଲ ଶିଳ୍ପରେ ଶତାଧିକ ଅଣ-ରାଜ୍ୟ ପିଲା କାର୍ଯ୍ୟ କରୁଛନ୍ତି ଆଜି ପୁରୀର ଯୁବକ ବେକାର ପାଇଁ ନିଶା ଖାଉଛି ବିକୁଛି – କ୍ରାଇମ କରୁଛନ୍ତି | କାହିଁକି ପ୍ରଶାସନ ଓ ସରକାର ସଜାଗ ନୁହଁ | ପୁରୀ ବସି ଏଥର ସଜାଗ ହୁଅନ୍ତୁ ସବୁ ସମସ୍ୟା ପ୍ରତି ଲଢେଇ କରନ୍ତୁ – ଦଳଗତ ନିର୍ବିଶେଷରେ ଲଢେଇ ପାଇଁ ଆଗକୁ ଆସନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ | ଛାତ୍ର କଂଗ୍ରେସ ପୁରୀ ଜ଼ିଲ୍ଲା ସଭାପତି ଆଶୁତୋଷ ମିଶ୍ର ବେକାର ସମସ୍ୟା ସହ ସ୍କୁଲ ଓ କଲେଜ ରେ ଶିକ୍ଷକ ନଥିବା ପ୍ରଶ୍ନ ଉଠାଇ କହିଛନ୍ତି – ପୁରୀର ପୁରାତନ ଅଟୋନମସ କଲେଜ କୁ ବିଶ୍ୱବିଦ୍ୟାଳୟ ଆଖ୍ୟା ଦେଇପାରୁନାହାନ୍ତି ପୁରୀରେ ବିଜେଡି ପ୍ରତିଷ୍ଠା ଦିବସ କଣ ପାଇଁ ? ସକାଳୁ ସକାଳୁ ଛାତ୍ର ଓ ଯୁବ କଂଗ୍ରେସ ର ଶତାଧିକ କର୍ମୀ ମେଡିକାଲ ଛକରେ ନିଜର ପ୍ରତିବାଦ ଜାହିର କରି ରାଜରାସ୍ତାରେ ଆନ୍ଦୋଳନ କରୁଥିବା ବେଳେ ପୋଲିସ ଉଠାଇ ଆଣି ବଳିଆପଣ୍ଡା ଥାନାରେ ଅଟକ ରଖିଛି |
ଏଥିରେ ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ, ଛାତ୍ର କଂଗ୍ରେସ ପୁରୀ ଜ଼ିଲ୍ଲା ସଭାପତି ଆଶୁତୋଷ ମିଶ୍ର, ବସ୍ତି ଯୁବ ନେତା ମନୋଜ ମଣ୍ଡଳ, ସଦର ଯୁବ ନେତା ଆଦିତ୍ୟ ସାମନ୍ତରାୟ, ପୁରୀ ଜ଼ିଲ୍ଲା ଛାତ୍ର କଂଗ୍ରେସ ଉପସଭାପତି ରିଶାନ ଦାଶ, ଜଗଦୀଶ ରାଉତ, ଷ୍ଟିଫେନ ଜୋସେଫ, ହ୍ୱିପଜୁଲ ରେହେମାନ, ସୁନୀଲ ନାୟକ, ଅମିତ କୁମାକୁମାର ସ୍ୱାଇଁ,ମୁନା ଜେନା, ବିଶ୍ୱଜିତ ଦଳେଇ, ତ୍ରିନାଥ ବାରିକ, ମୋହନ ନାୟକ, ମହେଶ କୁମାର ସାହୁ, ରଞ୍ଜନ ବଳିୟାର-ସିଂ ଙ୍କ ନେତୃତ୍ୱ ରେ ଅନ୍ୟ ଶତାଧିକ ଛାତ୍ର ଓ ଯୁବ କଂଗ୍ରେସ କର୍ମୀ ପୁରୀର ବିକାଶ ନାହିଁ ବିନାଶ ପାଇଁ ଦାୟୀ ବିଜେଡି ସରକାର – କାହିଁକି ପୁରୀର ବିନାଶ ନାମରେ ବିଜେଡିର ପ୍ରତିଷ୍ଠା ଦିବସ ଜବାବ ଦିଅ କହି ରାଜରାସ୍ତାରେ ଷ୍ଟ୍ରାଇକ କରୁଥିବା ବେଳେ ପୁରୀ ପୋଲିସ ପ୍ରଶାସନ ବଳପୂର୍ବକ ଉଠାଇ ଆଣି ଅନିଦ୍ଧିଷ୍ଟ କଲା ଅଟକ ରଖିଥିଲା |