27.1 C
Bhubaneswar
Saturday, October 19, 2024
Homeଓଡିଶାମହାନଦୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ

ମହାନଦୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ

କଟକ: ଜଗତପୁର ଥାନା ଅନ୍ତର୍ଗତ ଦିଗିସାହି ନିକଟସ୍ଥ ମହାନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ଜଣେ କଲେଜ୍ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ର ହେଲେ ଆସିତ ମହାନ୍ତି (୨୦) । ସାଙ୍ଗମାନଙ୍କ ସହିତ ଆସିତ ଦିନ ୧୦ଟାରେ ମହାନଦୀରେ ଗାଧୋଇବାକୁ ଯାଇଥିଲେ । ତେବେ ସେ ଗାଧୋଇବା ବେଳେଗୋଡ଼ ଖସିଯିବାରୁ ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ ।

ଖବର ପାଇ ଜଗତପୁର ଥାନା ପୁଲିସ ଓ ଚାଉଳିଆଗଞ୍ଜ ଦମକଳ ବାହିନୀ ସନ୍ଧ୍ୟା ପ୍ରାୟ ୫.୩୦ରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଖୋଜ ଆସିତଙ୍କ ମୃତଦେହକୁ ଉଦ୍ଧାର କରିଛି । ପୁଲିସ ମୃତହେଦକୁ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲକୁ ପଠାଇଛି । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking