29.1 C
Bhubaneswar
Monday, June 30, 2025
Homeଓଡିଶାବିଦ୍ୟୁତ ତାର ସଂସ୍ପର୍ଶରେ ଛାତ୍ରୀଙ୍କର ମୃତ୍ୟୁ

ବିଦ୍ୟୁତ ତାର ସଂସ୍ପର୍ଶରେ ଛାତ୍ରୀଙ୍କର ମୃତ୍ୟୁ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ବିଦ୍ୟୁତ ତାର ସଂସ୍ପର୍ଶରେ ଛାତ୍ରୀଙ୍କର ମୃତ୍ୟୁ । ସୂଚନା ଅନୁସାରେ, ମୁରିବାହାଲ ଥାନାର ଖନା ପଞ୍ଚାୟତ ଶିଙ୍ଗପାଲି ଗାଁରେ ବୁଧବାର ନିକିତା ସୁନା ନାମକ ଜଣେ ଛାତ୍ରୀ ରୋଷେଇ କରୁଥିବା ସମୟରେ ଅସାବଧାନତାରେ ଓଦା ହାତରେ ବିଦ୍ୟୁତ ତାରକୁ ଧରିଥିଲେ । ଫଳରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଛାତ୍ରୀ ଜଣକ ଘଟଣାସ୍ଥଳରେ ଗୁରୁତର ଆହତ ହୋଇ ପଡିଯାଇଥିଲେ । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking