17.1 C
Bhubaneswar
Monday, November 25, 2024
Homeଓଡିଶାଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗରେ ବିଜେଡ଼ି ଦଳୀୟ ସଭାରେ ବିଜୁ ସ୍ୱାସ୍ଥ୍ୟକାର୍ଡ ବଂଟନ ପ୍ରତିବାଦ କରିବାରୁ ଛାତ୍ର...

ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗରେ ବିଜେଡ଼ି ଦଳୀୟ ସଭାରେ ବିଜୁ ସ୍ୱାସ୍ଥ୍ୟକାର୍ଡ ବଂଟନ ପ୍ରତିବାଦ କରିବାରୁ ଛାତ୍ର କଂଗ୍ରେସ ନେତାଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର- ଆଜି ଖୋର୍ଦ୍ଧା ଜିଲ୍ଲା ବିଜେଡ଼ିର ଦଳୀୟ ସଭାରେ ଦାରୁଠେଙ୍ଗ ଠାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବଂଟନକୁ ଛାତ୍ର କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ଲୋକଙ୍କ ଟିକସ ପଇସାରେ ବିଜୁ ସ୍ୱାସ୍ଥ୍ୟ ଯୋଜନାର ଅର୍ଥ ଦିଆଯାଉଛି । ମାତ୍ର ବିଜେଡ଼ି ବିଜୁ ସ୍ୱାସ୍ଥ୍ୟକାର୍ଡ ବଂଟନ ନାମରେ ପଂଚାୟତ ନିର୍ବାଚନର ପ୍ରଚାର କରୁଛନ୍ତି ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଆଜି ଜଟଣୀର ପୂର୍ବତନ ବିଧାୟକ ତଥା ବିଜେଡ଼ି ଜିଲ୍ଲା ସଭାପତି ଦଳୀୟ ସଭାରେ ବିଜୁ ସ୍ୱାସ୍ଥ୍ୟକାର୍ଡ ବାଣ୍ଟିବା ଦୁର୍ଭାଗ୍ୟଜନକ । ସେଠାରେ କୌଣସି ସରକାରୀ ଅଫିସରଙ୍କୁ ବଂଟନ ଦାୟୀତ୍ୱ ଦିଆଯାଇନଥିଲା ଓ ବିଶେଷକରି ସ୍ଥାନୀୟ ବିଧାୟକ ଯେକି ଜନପ୍ରତିନିଧି ତାଙ୍କୁ ମଧ୍ୟ ଏହି ବଂଟନ କାର୍ଯ୍ୟରେ ସାମିଲ କରାଯାଇନଥିଲା । ପଂଚାୟତ ନିର୍ବାଚନକୁ ହାତମୁଠାକୁ ଆଣିବା ପାଇଁ ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ଅସ୍ତ୍ର କରାଯାଉଛି । ଏହାର ପ୍ରତିବାଦ କରିବାରୁ ପ୍ରଦେଶ ଛାତ୍ର କଂଗ୍ରେସ ସଂପାଦକ ସୌମ୍ୟ ଶ୍ରୀଚନ୍ଦନ ଏବଂ ଅନ୍ୟମାନଙ୍କୁ ପୋଲିସ ଉପସ୍ଥିତିରେ ବିଜେଡ଼ି ଗୁଣ୍ଡମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ସାରା ରାଜ୍ୟରେ ନବୀନ ଶାସନର ଭ୍ରଷ୍ଟାଚାର ଓ ଦୁର୍ନୀତିକୁ ବିରୋଧକୁ କରୁଥିବା ଛାତ୍ର କଂଗ୍ରେସ କର୍ମକର୍ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ବାବୁ ତାଙ୍କର ପୋଷା ଗୁଣ୍ଡାଙ୍କ ମାଧ୍ୟମରେ ଦମନ କରିବାପାଇଁ ଏକ ନିର୍ଦ୍ଦିଷ୍ଟ ଯୋଜନାକ କରିଛନ୍ତି ହେଲେ ଛାତ୍ର କଂଗ୍ରେସ ଡରିବ ନାହିଁ କି ଦବିବ ନାହିଁ । ନବୀନ କୃତ ଅନ୍ୟାୟର ପ୍ରତିବାଦ ଅବ୍ୟାହତ ରହିବ । ବିଜେଡ଼ି ଗୁଣ୍ଡାଙ୍କ ବିରୋଧରେ ଆଜି ଚନ୍ଦକା ଥାନାରେ ଏତଲା ଦରଜ କରାଯାଇଛି । ଯଦି ଏହି ବିଜେଡ଼ି ଗୁୂଣ୍ଡାମାନଙ୍କୁ ତୁରନ୍ତ ଗିରଫ କରି ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଛାତ୍ର କଂଗ୍ରେସ ତୀବ୍ର ଆନ୍ଦୋଳନ କରିବ ବୋଲି ଶ୍ରୀ ନୱାଜ କହିଛନ୍ତି ।
ଆଜିର ଏହି କାର୍ଯ୍ୟକ୍ରମରେ କ୍ୟାପଟେନ ମନ୍ମଥ ରାଉତରାୟ, ପ୍ରକାଶ ମିଶ୍ର, କାର୍ତିକେଶ୍ୱର କାଣ୍ଡି, କଳିଙ୍ଗ ସାହୁ, ମହମ୍ମଦ ଗୁଲଫାମ, ସାଗର ପଟ୍ଟନାୟକ, ସୁବାଷ ମହାପାତ୍ର, ସଂକେତ ପାଟଶାହାଣୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking