34.1 C
Bhubaneswar
Friday, September 20, 2024
Homeଓଡିଶାଛାତ୍ର ସଂସଦ ନିର୍ବାଚନ ଦାବିରେ ଛାତ୍ର କଂଗ୍ରେସର ବିକ୍ଷୋଭ ନବୀନ ସରକାର ଛାତ୍ରଙ୍କର ଗଣତାନ୍ତ୍ରିକ ଅଧିକାର...

ଛାତ୍ର ସଂସଦ ନିର୍ବାଚନ ଦାବିରେ ଛାତ୍ର କଂଗ୍ରେସର ବିକ୍ଷୋଭ ନବୀନ ସରକାର ଛାତ୍ରଙ୍କର ଗଣତାନ୍ତ୍ରିକ ଅଧିକାର ଛଡ଼େଇ ନେଉଛନ୍ତି – ୟାସିର ନୱାଜ

ଭୁବନେଶ୍ୱର – ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ସାରା ଓଡ଼ିଶାରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱରର ବିଭିନ୍ନ ମହାବିଦ୍ୟାଳୟ ସମ୍ମୁଖରେ ଛାତ୍ର ସଂସଦ ନିର୍ବାଚନ ଦାବିରେ ଘଂଟ ବାଡ଼େଇ ବିକ୍ଷୋଭ କରାଯାଇଥିଲା । ଉତ୍କଳ ୟୁନିଭରସିଟି, କ୍ୟାପିଟାଲ ଲ କଲେଜ, ଦେବରାୟ କଲେଜ, ମହର୍ଷି କଲେଜ, ବିଜେବି କଲେଜ, ଶିଶୁଅନନ୍ତ ମହାବିଦ୍ୟାଳୟ ସମ୍ମୁଖରେ ଶ୍ରୀ ନୱାଜ ନିଜେ ସଂପୃକ୍ତ କଲେଜର ଛାତ୍ରଛାତ୍ରୀ ଓ ଛାତ୍ର କଂଗ୍ରେସର କର୍ମକର୍ତାଙ୍କସହ ବିକ୍ଷୋଭ କରିଥିଲେ । ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା । ଏହି ପ୍ରସଙ୍ଗରେ ଶ୍ରୀ ନୱାଜ କହିଛନ୍ତି ଯେ ଗତ ୮ବର୍ଷ ଧରି ନବୀନ ସରକାର ଓଡ଼ିଶାରେ ଛାତ୍ର ମାନଙ୍କର ସାମ୍ବିଧାନିକ ଅଧିକାରକୁ ଛଡ଼ାଇ ନେଇଛନ୍ତି । ବିଶ୍ୱ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ମାନଙ୍କରେ ବିଜୁ ଛାତ୍ର ଜନତାଦଳ କ୍ୟାମ୍ପସ କମିଟି ଗଠନ କରି ସଂପୃକ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ଆତଙ୍କରାଜ ଚଳାଇଛନ୍ତି । କଲେଜର ପରିସରରେ ବିଜୁ ଛାତ୍ର ଜନତାଦଳର ସମର୍ଥକ ଓ ସଭ୍ୟମାନେ ବାରମ୍ବାର ହିଂସା କରୁଛନ୍ତି । ଯେଉଁମାନେ ବିଜୁ ଛାତ୍ର ଜନତାଦଳରେ ଯୋଗଦେଉ ନାହାନ୍ତି ସେମାନଙ୍କୁ ଅମାନୁଷିକ ଭାବରେ ଆକ୍ରମଣ ଏବଂ ଅତ୍ୟାଚାର କରାଯାଉଛି । ପ୍ରଶାସନ ଏବଂ ଶିକ୍ଷାନୁଷ୍ଠାନର କତୃପକ୍ଷ ନୀରବ ରହୁଛନ୍ତି । ବିରୋଧି ଦଳମାନଙ୍କର ଛାତ୍ର ସଂଗଠନର ନେତୃତ୍ୱ ସୃଷ୍ଟି କରିନଦେବାକୁ ନବୀନ ପଟ୍ଟନାୟକ ଚକ୍ରାନ୍ତ କରିଛନ୍ତି । ବିରୋଧି ଦଳର କଣ୍ଠରୋଧ କରାଯାଉଛି । ଶିକ୍ଷାନୁଷ୍ଠାନରେ ଦୁର୍ନୀତି ହେଉଛି ମାତ୍ର ନିର୍ବାଚିତ ପ୍ରତିନିଧି ନଥିବାରୁ ଏହାର ପ୍ରତିବାଦ ହୋଇପାରୁନାହିଁ । ଶିକ୍ଷାନୁଷ୍ଠାନର କତୃପକ୍ଷଙ୍କ ମନମାନୀକୁ ବିରୋଧ କରିବାପାଇଁ କେହିନାହାନ୍ତି । ବିରୋଧି ଦଳମାନଙ୍କର ଛାତ୍ର ସଂଗଠନଗୁଡ଼ିକୁ ଦୁର୍ବଳ କରିବାପାଇଁ ଏହା ନବୀନ ସରକାରଙ୍କ ଏକ ସୁଚିନ୍ତିତ ଯୋଜନା । କଲେଜ ହଷ୍ଟେଲ ଏପରିକି କଲେଜର ଛାତ୍ରୀ ମାନେ ମଧ୍ୟ ବିଜୁ ଛାତ୍ର ଜନତାଦଳର କ୍ୟମ୍ପସ କମିଟିର ଆକ୍ରମଣରୁ ମୁକ୍ତ ନାହାନ୍ତି । ଅଣଛାତ୍ରଙ୍କ ପ୍ରବେଶ ଦ୍ୱାରା କ୍ୟାମ୍ପସ ବିଶୃଙ୍ଖଳିତ ହେଉଛି । ବିଶେଷ କରି ନବୀନ ସରକାରରରେ ର‌୍ୟାଗିଂ ଅତିମାତ୍ରାରେ ବୃଦ୍ଧି ପାଇଛି । ରମାଦେବୀର କ୍ୟାମ୍ପସ ଦେବାଲ ନିର୍ମାଣ ହେବାର ୩ମାସ ଭିତରେ ଭୁଷୁଡ଼ିପଡ଼ିଲା, ବାଙ୍କି ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆର ଗ୍ୟାଲେରି ଉଦ୍‌ଘାଟନ ଦିନ ଭୁଷୁଡ଼ି ପଡ଼ିଲା । ଏଣୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଭିତିଭୂମି ପାଇଁ ଯେଉଁ ଅର୍ଥ ଖର୍ଚ୍ଚ ହେଉଛି ତାହା ସଂପୂର୍ଣ୍ଣ ବାଟମାରଣା ହେଉଛି ଏବଂ ସେଠାରେ ନିମ୍ନମାନର କାର୍ଯ୍ୟ ହେଉଛି ବୋଲି ସ୍ପଷ୍ଟ ହୋଇପଡ଼ୁଛି । ସାର୍ଟିଫିକେଟ ଜାଲିଆତି କରି ଶିକ୍ଷାନୁଷ୍ଠାନରେ ନାମ ଲେଖାଯାଉଛି । ସେହି ର‌୍ୟାକେଟରେ ବିଜୁ ଯୁବଜନତା, ଛାତ୍ର ଜନତାର କର୍ମକର୍ତମାନେ ସଂପୃକ୍ତ ।
ଓଡ଼ିଶାର ୧୨ଟି ବିଶ୍ୱବିଦ୍ୟାଳୟରେ ସମୁଦାୟ ୧୦୦୦ ଟି ଶିକ୍ଷକପଦବୀ ଖାଲି ପଡ଼ିଛି । ସମୁଦାୟ ୧୨ ଟି ବିଶ୍ୱବିଦ୍ୟାଳୟରୁ ମଞ୍ଜୁରିପ୍ରାପ୍ତ ପଦବୀରୁ ୫୦ଟି ଶିକ୍ଷକ ପଦବୀରୁ ୫୦ଟି ଖାଲି ପଡ଼ିଛି । ଓଡ଼ିଶାର ୫୧ଟି ସରକାରୀ ଡିଗ୍ରି କଲେଜରେ ୪୪.୮୦ ପ୍ରତିଶତ ଶିକ୍ଷକ ପଦବୀ ଖାଲିପଡ଼ିଛି । ସମୁଦାୟ ମଞ୍ଜୁରିପ୍ରାପ୍ତ ୨୩୦୬ ଶିକ୍ଷକ ପଦବୀରୁ ୧୦୩୩ ଟି ପଦବୀ ଖାଲିପଡ଼ିଛି । ସେହିପରି ଏଡେଡ ଡିଗ୍ରୀ କଲେଜର ୬୪୯୯ ଟି ମଞ୍ଜୁରିପ୍ରାପ୍ତ ଶିକ୍ଷକ ପଦବୀରୁ ୧୮୫୮ଟି ପଦବୀ ଖାଲି ପଡ଼ିଛି । ମୁଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ୫୦ ପ୍ରତିଶତ ପଦବୀ ଦେଶର ୧୦୦ ଟି ଉନ୍ନତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଓଡ଼ିଶାର କୌଣସି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇନାହିଁ । ନିମ୍ନମାନର ବ୍ୟବସ୍ଥା ପାଇଁ ଆମେ ନାକ୍ ମାନ୍ୟତାରୁ ବାଦପଡ଼ିଛୁ । ସୁତରାଂ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଥିବା ବେଳେ ଫଟାକାନ୍ଥରେ ରଙ୍ଗମାରି ନବୀନ ସରକାର ଶିକ୍ଷା ବ୍ୟବସ୍ଥାର ପ୍ରଗତୀ ହେଉଛି ବୋଲି ଡିଣ୍ଡିମ ପିଟୁଛନ୍ତି । ଯେଉଁ ଛାତ୍ର ସଂସଦର ନିର୍ବାଚନ ବନ୍ଦ ହୋଇଯାଇଛି ତେଣୁ ସଂପୃକ୍ତ ବିଶ୍ୱବିଦ୍ୟାଳୟ/ମହାବିଦ୍ୟାଳୟ ସମସ୍ୟାକୁ ନେଇ ମୁଁହ ଖୋଲିବାକୁ କେହି ନାହାନ୍ତି । ସୁତରାଂ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ସରକାର ନିକଟରେ ନିମ୍ନ ଦାବି ଉପସ୍ଥାପନ କରାଯାଇଛି ।
୧. ଛାତ୍ର ସଂସଦ ନିର୍ବାଚନ
୨. ବିଶ୍ୱବିଦ୍ୟାଳୟ/ମହାବିଦ୍ୟାଳୟରେ ଖାଲିପଡ଼ିଥିବା ସସସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ।
୩. ହିଂସା ଓ ନିଶାମୁକ୍ତ କ୍ୟାମ୍ପସ ।
ଏହି କାର୍ଯ୍ୟକ୍ରମରେ ପ୍ରକାଶ ମିଶ୍ର, ରଞ୍ଜିତ ପାତ୍ର, ମହମ୍ମଦ ଗୁଲଫାନ, ସ୍ୱାଗତ କର, ବିରଂଚି ବାରିକ, ରଣଜିତ ସେନାପତି, କାର୍ତିକେଶ୍ୱର କାଣ୍ଡି, ଉଦିତ୍ ପ୍ରଧାନ, ଜଗଦିଶ ଗଜେନ୍ଦ୍ର, ସୁଭାଷ ପ୍ରଧାନ, ଶ୍ରୀ ମହାନ୍ତି, ସାହାରୁଖ ଖାନ, ଅନନ୍ତ ସାମାନ୍ତ ରାୟ, ନିଆଜୁଲ ଇସଲାମ, ସ୍ପନ୍ଦନ ସ୍ୱାଇଁ, ରଶ୍ମି ବାରିକ, ଆରିୟାନ ସାସମଲ, ଅବିନାଶ ମହାପାତ୍ର, ସମିର ରାଉତ, ମହମ୍ମଦ ରସିଦ, ଅହମ୍ମଦ ଖାନ, ସୌମ୍ୟ ବରାଳ, ରଜେଶ ଦାସ, ସରୋଜ ବାରିକ, ଲେନିନ ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
(ୟାସିର ନୱାଜ)
ସଭାପତି
ପ୍ରଦେଶ ଛାତ୍ର କଂଗ୍ରେସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking