22.1 C
Bhubaneswar
Thursday, November 21, 2024
Homeଓଡିଶାଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ କ୍ଷମା ମାଗନ୍ତୁ...

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ କ୍ଷମା ମାଗନ୍ତୁ : ଛାତ୍ର କଂଗ୍ରେସ

ମାଷ୍ଟର କ୍ୟାଂଟିନ ଛକରେ ଭୁବନେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସର ବିକ୍ଷୋଭ
ଭୁବନେଶ୍ୱର – ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ ଆଜି ଭୁବନେଶ୍ୱର ଏବଂ ବିଭିନ୍ନ ଜିଲ୍ଲାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଉତରାଖଣ୍ଡ ନିର୍ବାଚନର ପ୍ରଚାର ସମୟରେ ଜନନାୟକ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ପ୍ରତି ଯେଉଁ ଆଶାଳୀନ ମନ୍ତବ୍ୟ ଦେଇଛନ୍ତି ତାହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସଂପାଦକ ଏବଂ ଓଡ଼ିଶା ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷା ଅଂଶଗ୍ରହଣ କରିଥିଲେ । ମାଷ୍ଟରକ୍ୟାଂଟିନ ଛକରେ ଆଜି ଭୁବନେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଏହି ବିକ୍ଷୋଭ କରାଯାଇଥିଲା । ସେଠାରେ ହିମନ୍ତ ବିଶଶର୍ମା ଏବଂ ନରେନ୍ଦ୍ର ମୋଦିଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଭୁବନେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଜଗଦିଶ ଗଜେନ୍ଦ୍ର ଏହି ପରିପ୍ରେକ୍ଷୀରେ ହିମନ୍ତ ବିଶ୍ୱଶର୍ମା ଓ ନରେନ୍ଦ୍ର ମୋଦିଙ୍କୁ ଦୃଢ଼ ସମାଲୋଚନା କରିଥିଲେ । ପ୍ରଦେଶ ଛାତ୍ର କଂଗ୍ରେସ ମୁଖ୍ୟ ମୁଖପାତ୍ର ଶ୍ରୀ ବିଶ୍ୱଭୂଷଣ ମହାପାତ୍ର କହିଛନ୍ତି ଯେ ହିମନ୍ତ ବିଶ୍ୱଶର୍ମାଙ୍କ ଅଶାଳୀନ ମନ୍ତବ୍ୟରେ ତାଙ୍କର ନଷ୍ଟ ଏବଂ ଅଭଦ୍ର ବ୍ୟକ୍ତିତ୍ୱର ପରିପ୍ରକାଶ ହୋଇଛି । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ବିରୋଧୀ ଦଳ ସରକାରଙ୍କ ସମସ୍ତ କାର୍ଯ୍ୟକୁ ସମୀକ୍ଷା ଓ ସମାଲୋଚନା କରିବାର ଅଧିକାର ରହିଛି । ସରକାରଙ୍କର କୌଣସି ପଦକ୍ଷେପ ଉପରେ ବିରୋଧି ପ୍ରଶ୍ନ କରିପାରିବ । ସରଜିକାଲ ଷ୍ଟାଇକ ଓ କରୋନା ଭାକ୍‌ସିନ୍ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଂଗ୍ରେସର ବିଭିନ୍ନ ପ୍ରଶ୍ନ ର ପ୍ରତିବାଦ କରିବାକୁ ଯାଇ ଉତରାଖଣ୍ଡ ନିର୍ବାଚନ ପ୍ରଚାରରେ ହିମନ୍ତ ବିଶ୍ୱଶର୍ମା ସମସ୍ତ ସାଧାରଣ ଶାଳୀନତା ଟପି କହିଲେ ଯେ ରାହୁଲ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁଅକି ନାହିଁ ଭାଜପା କେବେ ପ୍ରଶ୍ନ କରିନାହିଁ । ହିମନ୍ତ ବିଶ୍ୱଶର୍ମାଙ୍କ ଏଭଳି ମନ୍ତବ୍ୟ ତାଙ୍କର ହୀନମନ୍ୟତା ଏବଂ ଭାଜପାର ହୀନରାଜନୀତିକୁ ସ୍ପଷ୍ଟ କରୁଛି । ଗାନ୍ଧୀ ପରିବାରର ପୂର୍ବଜମାନଙ୍କୁ ଦେଶର ଗୋଡ଼ିମାଟି ଜାଣେ । ସ୍ୱାଧୀନତା ସଂଗ୍ରାମୀ ଗଙ୍ଗାଧର ନେହେରୁଙ୍କ ପୁଅ ଥିଲେ ପୂର୍ବତନ ଏଆଇସିସି ସଭାପତି ମୋତିଲାଲ ନେହେରୁ ଏବଂ ତାଙ୍କ ପୁଅଥିଲେ ପଣ୍ଡିତ ଜବାହାରଲାଲ ନେହେରୁ । ପଣ୍ଡିତ ନେହେରୁଙ୍କ କନ୍ୟାଥିଲେ ଇନ୍ଦିରା ଗାନ୍ଧୀ ଏବଂ ଇନ୍ଦିରା ଗାନ୍ଧୀଙ୍କର ପୁଅ ଥିଲେ ରାଜୀବ ଗାନ୍ଧୀ । ରାଜୀବ ଗାନ୍ଧୀଙ୍କର ପୁଅ ହେଉଛନ୍ତି ଜନନାୟକ ରାହୁଲ ଗାନ୍ଧୀଜୀ । ଏକଥା ଦେଶରେ ଜଣେ ସାଧାରଣ ନାଗରିକ କହିବ । ଏଣୁ ରାହୁଲ ଗାନ୍ଧୀଙ୍କର ବୁନିଆଦି ଉପରେ ପ୍ରଶ୍ନ କରିବା ଆସାମ ମୁଖ୍ୟମନ୍ତ୍ରୀଙ୍କର ଏକ ଅଭଦ୍ରୋଚିତ ଆଚରଣ ଓ ଉଚାରଣ ।
ଏଣୁ ହିମନ୍ତ ବିଶ୍ୱଶର୍ମାଙ୍କ ମନ୍ତବ୍ୟ ଆସାମ ପ୍ରଦେଶର ଗରିମାକୁ ନଷ୍ଟ କରୁଛି । ଏଭଳି ଜଣେ ଅଭଦ୍ର ଲୋକଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପଦବୀରେ ବସାଇଥିବାରୁ ଛାତ୍ର କଂଗ୍ରେସ ଉଭୟ ଆସାମ ମୁଖ୍ୟମନ୍ତ୍ରୀ ଏବଂ ବିଜେପିର ଘୃଣ୍ୟ, ବିବେକହୀନ ଏବଂ ଅସାମାଜିକ ଆଚରଣର ଦୃଢ଼ ନିନ୍ଦା କରୁଛି । ହିମନ୍ତ ବିଶ୍ୱଶର୍ମା କେବଳ ରାହୁଲ ଗାନ୍ଧୀ ନୁହେଁ ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କୁ ମଧ୍ୟ ତାଙ୍କ ବକ୍ତବ୍ୟରେ ଅପମାନିତ କରିଛନ୍ତି । ଏଣୁ ଛାତ୍ର କଂଗ୍ରେସ ହିମନ୍ତ ବିଶ୍ୱଶର୍ମା ଏବଂ ନରେନ୍ଦ୍ର ମୋଦି ଜନନାୟକ ରାହୁଲ ଗାନ୍ଧୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରୁଛି । ଏହି କାର୍ଯ୍ୟକ୍ରମରେ କାର୍ତିକେଶ୍ୱର କାଣ୍ଡି, ସାହାରୁଖ ଖାନ, ଉଦିତ୍ ପ୍ରଧାନ, ନିଆଜୁଲ ଇସ୍‌ଲାମ, ମହମ୍ମଦ ସମିଉଲ, ନିତେଶ ବେହେରା, ରଣଜିତ ସେନାପତି, ସଫଳ ସମନ୍ୱୟ, ଜିତେନ୍ଦ୍ର ମଲ୍ଲିକ, ସଂଜିବ ରାଉତ, ଅଭିଜିତ ମିଶ୍ର, ତାପସ ରଞ୍ଜନ ସ୍ୱାଇଁ, ସାଇଦ୍ ସୋଏବ ଅଲ୍ଲି, ଶୁଭକାନ୍ତ ବେହେରା, ଆରିୟାନ ସାସ୍‌ମଲ, ଶୁଭମ ନନ୍ଦ, ଆଶୁତୋଷ ବେହେରା, ରାଜଦ୍ୱିପ ବେହେରା, ଜିତେନ୍ଦ୍ର ବାରିକ, ସାଇରାମ ପାଣିଗ୍ରାହୀ, ତନ୍ମୟ ଜେନା, ହଜିଫା ମନଜର, ସନ୍ତୋଷ ସ୍ୱାଇଁ, ଅଭିଷେକ ଠାକୁର, ସୈଫ ଅଲ୍ଲି ଖାନ, ଇସ୍ରାଦ ଅନଂସାରୀ, ସୌରଭ କୁମାର, ମିର ରିଆଜ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking