19.1 C
Bhubaneswar
Monday, December 8, 2025
Homeଦେଶ ବିଦେଶହାତରେ ସୁଇସାଇଡ଼ ନୋଟ ଲେଖି ଆତ୍ମାହତ୍ୟା କଲେ ଛାତ୍ରୀ

ହାତରେ ସୁଇସାଇଡ଼ ନୋଟ ଲେଖି ଆତ୍ମାହତ୍ୟା କଲେ ଛାତ୍ରୀ

ନୂଆଦିଲ୍ଲୀ:  ବ୍ଲାକମେଲର ଶିକାର ହୋଇ ୨୬ ବର୍ଷୀୟା ଛାତ୍ରୀ  ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି  ା  ଏଭଳି ଘଟଣା  ଉତ୍ତରପ୍ରଦେଶର ଆମରୋହାରେ ଘଟିଛି ।  ସୂଚନଆ ଅନୁସାରେ , ଗୁରୁବାର ରାଚିରେ ଖାଇବା ସାରି  ଛାତ୍ରୀ ଜଣଙ୍କ ତାଙ୍କ ରୁମକୁ ଯାଇଥିଲେ । ଶୁକ୍ରବାର ସକାଳେ ରୁମ ବାହାରକୁ ବାହାରିନଥିଲେ ।  ପରିବାର ଲୋକେ କବାଟ ବାଡେଇବା ସତ୍ତ୍ୱ କୌଣସି ଉତ୍ତର ନ ମିଳିବାରୁ  ଝରକା ବାଟ ଦେଇ ରୁଚିକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ପରିବାର ଲୋକେ ।  ପୋଲିସ ଖବର ପାଇ  ଘଟଣାସ୍ଥଳରେ ପହଞ୍ଚି  ଥିଲା ।   ତଦନ୍ତରୁ ମୃତକଙ୍କ ହାତରେ ସୁଇସାଇଡ ନୋଟ ଲେଖାହୋଇଥିବା ଜଣାପଡିଥିଲା ।  ପରିବାର ଲୋକେ ପୋଲିସ ପାଖରେ ଅଭିଯୋଗ କରିଥିଲେ । ସେଠାରେ ଅରୁଣ ନାମକ ଯୁବକଙ୍କୁ ଦାୟୀ କରିଥିଲେ । ରୁଚି ଯେତେବେଳେ ତାଙ୍କ ସାଙ୍ଗ ସହ ବାଇକରେ କଲେଜ ଯାଉଥିଲେ ,  ସେହି ସମୟରେ ଜଣେ ଯୁବକ ରୁଚିଙ୍କର ଏକ ଗୁପ୍ତ ଭିଡିଓ ରେକର୍ଡିଂ କରିଦେଇଥିଲେ ।  ଆଉ ଗାଁ ଲୋକଙ୍କୁ  ସେୟାର କରିବେ ବୋଲି ଧମକ ଦେଉଥିଲେ । ଏଥି ସହିତ ତାଙ୍କ ସହ ଶାରୀରିକ ସମ୍ପର୍କ , ଏବଂ ଟଙ୍କା ମଧ୍ୟ ମାଗୁଥିଲେ ।   ଯେତେବେଳେ ରୁଚି ମନା କରିଦେଇଥିଲେ । ଯୁବକ ଜଣଙ୍କ ଗ୍ରୁପରେ ସେୟାର କରିଦେଇଥିଲା । ଲୋକ ଲଜ୍ଜା ସହିନପାରି   ଆତ୍ମହତ୍ୟା କଲେ ରୋଜି ।   ପୋଲିସ ପରିବାରର ଅଭିଯୋଗ କ୍ରମେ   ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି ।  ଖୁବଶୀଘ୍ର ଗିରଫ ହେବେ ସେନେଇ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking