ନୋଏଡ଼ା: ନୋଏଡାସ୍ଥିତ ଶିବ ନାଦର୍ ୟୁନିଭର୍ସିଟିରେ ଜଣେ ଛାତ୍ର ସହପାଠୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ଏହାପରେ ଛାତ୍ର ଜଣକ ନିଜକୁ ଗୁଳି କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ବେଳେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି । ପ୍ରାଥମିକ ତଦନ୍ତରୁ ଏହା ଏକତରଫା ପ୍ରେମ ମାମଲା ବୋଲି ଜଣାପଡ଼ିଛି ।
ଅଭିଯୁକ୍ତ ଅମରୋହାର ହୋଇଥିବା ବେଳେ ମୃତ ଛାତ୍ରୀଙ୍କ ଘର କାନପୁର । ଦୁଇ ଛାତ୍ରଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ମୃତ୍ୟୁରେ ୟୁନିଭର୍ସିଟି ପ୍ରଶାସନ ଗଭୀର ଦୁଃଖପ୍ରକାଶ କରିବା ସହିତ ଅଧିକାରୀଙ୍କ ଦ୍ୱାରା ମାମଲାର ଯାଞ୍ଚ୍ ଚାଲିଥିବା ନାଦର ୟୁନିଭର୍ସିଟି ମୁଖପାତ୍ର କହିଛନ୍ତି ।