ଭୋପାଳ : ମଧ୍ୟପ୍ରଦେଶ ଇନ୍ଦୋର ସ୍ଥିତ ଭନୱରକୁଆ ଥାନା ଅନ୍ତର୍ଗତ ଇନ୍ଦ୍ରପୁରୀ କଲୋନୀର ଏକ ହଷ୍ଟେଲରୁ ଜଣେ ଛାତ୍ରର ଝୁଲନ୍ତା ମୃତଦେହ ଜବତ କରାଯାଇଛି । ଛାତ୍ରଟିର ନାଁ ଜିତେନ୍ଦ୍ର ଭାସ୍କେଲ ଓ ତାର ବୟସ ମାତ୍ର ୨୩ ବର୍ଷ । ଜିତେନ୍ଦ୍ରଙ୍କ ଘର ଖରଗୋନ ଜିଲ୍ଲାରେ । ସମ୍ପୂର୍ଣ୍ଣ ତଦନ୍ତ କରିବା ପରେ ଜଣାଯାଇଛି ଛାତ୍ରଟି ଅନଲାଇନ ଗେମ୍ କରଜରେ ବୁଡ଼ି ରହିଥିଲା । ଛାତ୍ରର ରୁମରୁ ଏକ ସୁଇସାଇଡ ନୋଟ ମିଳିଛି ଏଥିରେ ଲେଖାଯାଇଛି – ‘ସରି ମା’ ମୁ ବିଗିଡି ଯାଇଛି । ମୋତେ କ୍ଷମା କରିଦିଅ, ମୋର ଘରକୁ ଯିବାକୁ ଇଚ୍ଛା ନାହିଁ, କି ଅନ୍ୟ କୁଆଡେ ବି ଯିବା ପାଇଁ ଇଚ୍ଛା ହେଉନାହିଁ, ମୁଁ ଘରର ପରିସ୍ଥିତିକୁ ଦେଖିପାରୁ ନାହିଁ । ଯିବି ତ କୁଆଡେ ଯିବି ନା ଘର ଅଛି ନା ଜାଗା । ଯାହା ଥିଲା ଲୋକମାନେ ତାକୁ ମଧ୍ୟ ଛଡାଇ ନେଲେ । ମୁଁ ମୋ ପରିବାର ଓ ବନ୍ଧୁଙ୍କୁ ବହୁତ ଭଲପାଏ । ମୁଁ ଟଙ୍କା ଲୋଭରେ ଜୁଆ ଖେଳୁଥିଲି, ମୋତେ ଲାଗିଲା ଯେ ମୁଁ ଅନଲାଇନ ଗେମ୍ ଖେଳିକି ବହୁତ ଟଙ୍କା ଜିତିଯିବି । ମମି ବାପାଙ୍କ ରହିବା ପାଇଁ ଏକ ଜାଗା ଓ ନୂଆ ଘର କିଣିବି । କିନ୍ତୁ ମୁଁ ଏହି ଗେମ୍ ଜିତି ପାରିଲି ନାହିଁ । ମୁଁ ମୋ ଭଉଣୀକୁ ବହୁତ ଭଲପାଏ । ମୃତ ଜିତେନ୍ଦ୍ର ଅନଲାଇନ ଗେମ୍, ତିନି ପତ୍ତି ଓ ପବ୍ଜି ଗେମ୍ ଖେଲୁଥିଲେ । ଏଥିପାଇଁ ସେ ଅନେକ କରଜରେ ବୁଡି ରହିଥିଲେ । ଅଧିକ କରଜ କରି ଥିବାରୁ ସେ ଡିପ୍ରେଶନରେ ରହୁଥିଲେ । ଗତ ମଙ୍ଗଳବାର ରାତିରେ ଦଉଡ଼ି ଦେଇ ସେ ଆତ୍ମହତ୍ୟା କରିଥିଲେ । ଛାତ୍ରଟି ଇନ୍ଦୋରର ଏକ ହଷ୍ଟେଲରେ ରହି ବିଏ ପଢୁଥିଲେ । ସେ ନିଜର ଖର୍ଚ୍ଚ ଉଠାଇବା ପାଇଁ ଏକ ସିକ୍ୟୁରିଟି ଗାର୍ଡ ଚାକିରୀ ମଧ୍ୟ କରିଥିଲେ । ଭନୱରକୁଆ ପୋଲିସ୍ ମୃତକଙ୍କ ଶବକୁ ପୋଷ୍ଟମର୍ଟମ କରିବା ପାଇଁ ହସ୍ପିଟାଲକୁ ପଠାଇଛନ୍ତି । ଏହାସହ ସୁଇସାଇଡ ନୋଟ୍ ଓ ମୋବାଇଲ୍ ଫୋନ ଜବତ କରି ତଦନ୍ତ ଆରମ୍ଭ ପକ୍ରିୟା ଆରମ୍ଭ କରିଛନ୍ତି ।ପୋଲିସ ସୁଇସାଇଡ ନୋଟ୍ ଓ ମୃତକଙ୍କ ପରିବାର ସଦସ୍ୟଙ୍କ ବୟାନ ଆଧାରରେ ଏହି ତଦନ୍ତ ପକ୍ରିୟାକୁ ଆଗକୁ ବଢାଇବେ କହିଛନ୍ତି ।