18.1 C
Bhubaneswar
Saturday, November 23, 2024
Homeଓଡିଶାଆକ୍ସନ ମୋଡ଼ରେ ନୟାଗଡ଼ ଜିଲ୍ଲା ପ୍ରଶାସନ

ଆକ୍ସନ ମୋଡ଼ରେ ନୟାଗଡ଼ ଜିଲ୍ଲା ପ୍ରଶାସନ

ନୟାଗଡ଼ : ସରକାରଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୋଡ଼ରେ ନୟାଗଡ଼ ଜିଲ୍ଲା ପ୍ରଶାସନ ,କୋରୋନା ପାଇଁ ବନ୍ଦ ରହିଥିବା ହେଲମେଟ ଚେକିଙ୍ଗ ପୁଣି ହେବ କଡ଼ାକଡ଼ି , ମୋଟର ଆଇନ କୁ କଡାକଡ଼ି ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଞ୍ଚଳିକ ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ,ଏଣିକି ଚାଳକ ହେଲମେଟ୍ ନ ପିନ୍ଧି ଗାଡ଼ି ଚାଳନା କଲେ ତୁରନ୍ତ ଧରି ଚାଳକଙ୍କ ଲାଇସେନ୍ସକୁ ୩ ମାସ୍ ବାତିଲ୍ କରିବା ପାଇଁ କୁହାଯାଇଛି,ଏଥିପାଇଁ ଅମାନିଆ ଗାଡ଼ି ଚାଳକଙ୍କୁ ସାବଧାନ କରାଇଛି ଜିଲ୍ଲା ପ୍ରଶାସନ , ସମସ୍ତ ଗାଡି ଚାଳକଙ୍କୁ ଟ୍ରାଫିକ ନିୟମ ମାନିବା ସହ ହେଲମେଟ ପିନ୍ଧି ଗାଡ଼ି ଚାଳନା କରିବା ପାଇଁ କୁହାଯାଇଛି , ଆମାନିଆ ହେଲେ ହଜାରେ ଟଙ୍କା ଜରିମାନା ଦେବା ସହ ୩ ମାସ ପାଇଁ ଲାଇସେନ୍ସ ବାତିଲି ହେବ ବୋଲି ଉପ ଜିଲ୍ଲାପାଳ କହିଛନ୍ତି । ନୟାଗଡ଼ ଆଞ୍ଚଳିକ ପରିବହନ କାର‌୍ୟ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୯ ମସିହାରେ ବିଭନ୍ନ କାରଣ ରୁ ୧୯୧ ଜଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ କରାଯାଇଛି ,ସେଭଳି ୨୦୨୦ ଅକ୍ଟୋବର ମାସ ସୁଦ୍ଧା ୭୪ ଜଣଙ୍କର ବିଭିନ୍ନ କାରଣ ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ କରାଯାଇଥିବା କୁହାଯାଇଛି, ଆଗକୁ ଜିଲ୍ଲାରେ ହେଲମେଟ ଚେକିଙ୍ଗକୁ ନିୟମିତ କଡାକଡ଼ି କରାଯିବ ବୋଲି ମଧ୍ୟ ଉପ ଜିଲ୍ଲାପାଳ କହିଛନ୍ତି, ଏହାଛଡା ନୋ ହେଲମେଟ ନୋ ପେଟ୍ରୋଲ ନିଯମ କୁ ମଧ ଲାଗୁ କରାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking