21.1 C
Bhubaneswar
Thursday, December 26, 2024
Homeଓଡିଶାନିଯୁକ୍ତି ପରୀକ୍ଷାରେ ଅନିୟମିତତା ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ନିଯୁକ୍ତି ପରୀକ୍ଷାରେ ଅନିୟମିତତା ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ନିଯୁକ୍ତି ପରୀକ୍ଷା ସଂପର୍କିତ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଜେଲ୍‌ ଓ ଜରିମାନା ହେବ। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି, ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଜେଲ୍‌ ଓ ଜରିମାନା ହେବ। ଦୋଷୀଙ୍କୁ ୫ ବର୍ଷ ପାଇଁ ଜେଲ୍‌ ପଠାଯିବ। ସେହିପରି ଦୋଷୀଙ୍କୁ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ହେବ। ଅନ୍ୟପଟରେ ପରୀକ୍ଷା କରୁଥିବା ସର୍ଭିସ ପ୍ରୋଭାଇଡରଙ୍କୁ ବି ଜରିମାନା ହେବ। ସର୍ଭିସ ପ୍ରୋଭାଇଡରଙ୍କୁ ୧ କୋଟି ଟଙ୍କା ଜରିମାନା କରାଯିବ। ଏହି ନିୟମ ଓପିଏସ୍‌ସି, ଓଏସ୍‌ଏସ୍‌ସି, ଓଏସ୍‌ଏସ୍‌ଏସ୍‌ସି ଆଦି ପରୀକ୍ଷା ପାଇଁ ଲାଗୁ ହେବ । ଶ୍ରୀ ଆହୁଜା କହିଛନ୍ତି, ରାଜ୍ୟ ସରକାର ଗୋମାତା ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ପ୍ରାଣୀମାନଙ୍କ ପାଇଁ ଟିକା ଉତ୍ପାଦନ, ଭ୍ରାମ୍ୟମାଣ ଚିକିତ୍ସା ସେବ ସୁବିଧା କରିବେ। ଆଗାମୀ ୩ ବର୍ଷରେ ଏଥି ପାଇଁ ୩୪୨ କୋଟି ଟଙ୍କା ଖର୍ଚ୍ଚ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking