ଭୁବନେଶ୍ୱର : ପରିକୀୟା ପ୍ରୀତି ଏବେ ଓଡ଼ିଶାର ଗାଁ ଗହଳରେ ପହଞ୍ଚିଛି । ଏଥିପାଇଁ କାହାର ସଂସାର ଉଜୁଡୁଛି ତ’ କାହାର ଜୀବନ ଯାଉଛି । ରିପୋର୍ଟ କହୁଛି ଗତ ୪୨ ମାସ (୨୦୧୯ରୁ ୨୦୨୨ ଜୁନ୍) ମଧ୍ୟରେ ପରିକୀୟା ପ୍ରୀତି ପାଇଁ ୯୪ ଜଣ ଆତ୍ମହତ୍ୟା କରିଛନ୍ତି । ମହିଳାଙ୍କ ଅପେକ୍ଷା ଅଧିକ ପୁରୁଷ ବେଶୀ ଜୀବନ ହାରୁଛନ୍ତି । ପରିକୀୟା ପ୍ରୀତିକୁ ଯେବେଠୁ ସୁପ୍ରିମ୍କୋର୍ଟ ଆଇନଗତ ସମ୍ମତ୍ତି ଦେଇଛି ସେବେ ଏହା ମହାମାରୀ ଭଳି ବ୍ୟାପୀ ଚାଲିଛି । କର୍ମମୟ ଜୀବନରେ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କୁ ସମୟ ଦେଉନାହାନ୍ତି । ପାଶ୍ଚାତ୍ୟ ସଭ୍ୟତା ଟ୍ରେଣ୍ଡ ପାଲଟିଲାଣି । ଯାହାକି ଏହି ପରକୀୟା ପ୍ରୀତିର ମୁଖ୍ୟ କାରଣ । ଯେଉଁଠି ଏହି ପରିକୀୟା ପ୍ରୀତି ଧରାପଡୁଛି ସେଠି ସମସ୍ୟା ଦେଖାଦେଉଛି । ଲୋକ ଲଜ୍ଜା ଭୟରେ ଆତ୍ମହତ୍ୟା ଛଡ଼ା ଅନ୍ୟ କିଛି ବାଟ ରହୁନାହିଁ । ଅଧିକାଂଶ ଘଟଣା ଶିକ୍ଷିତ ମହିଳା-ପୁରୁଷଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି ।
ରିପୋର୍ଟରୁ ଜଣାପଡିଛି, ୨୦୧୯ରେ ପରିକୀୟା ପ୍ରୀତି ପାଇଁ ୨୯ ଜଣ (୧୩ ପୁରୁଷ ଓ ୧୬ ମହିଳା) ଆତ୍ମହତ୍ୟା କରିଥିଲେ । ୨୦୨୦ରେ ୩୭ ଜଣ ଆତ୍ମହତ୍ୟା କରିଥିଲେ । ସେମାନଙ୍କ ମଧ୍ୟରୁ ୨୩ ଜଣ ପୁରୁଷ ଓ ୧୪ ଜଣ ମହିଳା ଥିଲେ । ୨୦୨୧ରେ ୧୩ ଜଣ ଓ ୨୦୨୨ ଜୁନ୍? ଶେଷ ମଧ୍ୟରେ ୧୫ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ଯଦି ଆମେ ପ୍ରେମ କଥା ଦେଖିବା ତେବେ ଏହି ୪୨ ମାସରେ ୪୧୫ ଜଣ ଆତ୍ମହତ୍ୟା କରିଛନ୍ତି । ଏମାନଙ୍କ ୨୧୪ ଜଣ ପୁରୁଷ ଥିବା ବେଳେ ୨୩୧ ଜଣମହିଳା ଅଛନ୍ତି । ଅଧିକାଂଶ ମହିଳା ପ୍ରେମରେ ଧୋକା ଖାଇ ଆତ୍ମହତ୍ୟା କରିଥିବା ବେଳେ କିଛି ଘର ଲୋକଙ୍କ ବିରୋଧ ପାଇଁ ଆତ୍ମହତ୍ୟା କରିଛନ୍ତି । ୨୦୧୯ରେ ୧୭୨ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୦ରେ ୧୧୧ ଜଣ, ୨୦୨୧ରେ ୧୩୨ ଓ ୨୦୨୨ ଜୁନ୍ ଶେଷ ମଧ୍ୟରେ ପ୍ରେମ ପାଇଁ ୩୦ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ।