24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଅଜବ ପ୍ରେମ; ୪ ପିଲାର ବାପା ୫ ପିଲାର ମା’ ସହ ଫେରାର

ଅଜବ ପ୍ରେମ; ୪ ପିଲାର ବାପା ୫ ପିଲାର ମା’ ସହ ଫେରାର

ନୂଆଦିଲ୍ଲୀ: କୁହାଯାଇଥାଏ ଯେ ପ୍ରେମ ଅନ୍ଧ । ତେବେ ହରିୟାଣାର କର୍ଣ୍ଣାଲ ଜିଲ୍ଲାରେ ସାମ୍ନାକୁ ଆସିଛି ଶାଳୀ-ଭିଣୋଇଙ୍କର ଅଜବ ପ୍ରେମ କାହାଣୀ । ତେବେ ବ୍ୟକ୍ତି ଜଣଙ୍କ ୪ ଜଣ ସନ୍ତାନଙ୍କର ପିତା ହୋଇଥିବା ବେଳେ ସେ ତାଙ୍କର ଶାଳୀଙ୍କୁ ନେଇ ଫେରାର ହୋଇଯାଇଛନ୍ତି । ତେବେ ତାଙ୍କର ଶାଳୀ ଜଣଙ୍କ ୫ଟି ସନ୍ତାନଙ୍କର ମା’ ବୋଲି ଜଣାପଡ଼ିଛି । ତେବେ ଏ ନେଇ ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, କର୍ଣ୍ଣାଲର ଘରୌନ୍ଦା ଗାଁର ବାସିନ୍ଦା ନିଜ ଶାଳୀଙ୍କୁ ନେଇ ଫେରାର ହୋଇଯାଇଛନ୍ତିି । ତେବେ ତାଙ୍କର ନିଜର ୪ ଜଣ ସନ୍ତାନ ଥିବା ବେଳେ ତାଙ୍କ ସ୍ତ୍ରୀ ୫ମ ଥର ପାଇଁ ଗର୍ଭବତୀ ଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ତାଙ୍କ ସହିତ ଫେରାର ଥିବା ତାଙ୍କର ଶାଳୀଙ୍କର ମଧ୍ୟ ୫ ଜଣ ସନ୍ତାନ ରହିଛନ୍ତି । ତେବେ ଏହି ସବୁ ବାବଦରେ ବ୍ୟକ୍ତିଙ୍କ ସ୍ତ୍ରୀଙ୍କୁ ଘଟଣା ଘଟିବାର ୫ ଦିନ ପରେ ଜଣାପଡ଼ିଥିଲା ।

ତେବେ ୫ ଦିନ ପରେ ବ୍ୟକ୍ତି ଜଣଙ୍କ ଶାଳୀଙ୍କୁ ନେଇ ଘରେ ନପହଞ୍ଚିବା ପରେ ଏ ନେଇ ମହିଳାଙ୍କ ସ୍ୱାମୀ ପୁଲିସରେ ଅଭିଯୋଗ କରିଥିଲେ । ପୁଲିସ ଏବେ ଏହି ମାମଲାର ଯାଞ୍ଚ କରୁଛି । ପୁଲିସ ଅଭିଯୋଗ ଅନୁସାରେ, ନିଜ ଗର୍ଭବତୀ ପତ୍ନୀଙ୍କ ଦେଖାଶୁଣା କରିବା ପାଇଁ ଅଭିଯୁକ୍ତ ଶାଳୀଙ୍କୁ ନିଜ ଘରୌନ୍ଦା ସ୍ଥିତ ଘରକୁ ଆଣିବା ପାଇଁ ଯାଇଥିଲେ । କିନ୍ତୁ ମହିଳାଙ୍କ ସ୍ୱାମୀ ପ୍ରଥମେ ମହିଳାଙ୍କୁ ଅଭିଯୁକ୍ତଙ୍କ ସହିତ ପଠାଇବାକୁ ମନା କରିଦେଇଥିଲେ । କିନ୍ତୁ ବାରମ୍ବାର ଅନୁରୋଧ କରିବା ପରେ ମହିଳାଙ୍କ ସ୍ୱାମୀ ମହିଳାଙ୍କୁ ତାଙ୍କ ଭିଣୋଇଙ୍କ ସହ ପଠାଇଥିଲେ । ବର୍ତ୍ତମାନ ପ୍ରାୟ ୫ ଦିନ ହେବ ମହିଳା ଜଣଙ୍କ ନିଖୋଜ ଥିବାବେଳେ ଅଭିଯୁକ୍ତ ମଧ୍ୟ ତାଙ୍କୁ ନେଇ ଘରେ ପହଞ୍ଚି ନାହାନ୍ତି । ତେଣୁ ମହିଳାଙ୍କ ସ୍ୱାମୀ ମହିଳାଙ୍କ ଭିଣୋଇଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ । ପୁଲିସ ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking