ବିହାର : ପାଟନାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ବୀମା ଏଜେଣ୍ଟଙ୍କ ଫୋନକୁ ଏକ ଭିଡିଓ କଲ ଆସିଥିଲା । ଯୁବକ ଭିଡିଓ କଲ ରିସିଭ୍ କରିଥିଲେ । ଅନ୍ୟ ପଟୁ ଜଣେ ଯୁବତୀ ସ୍କ୍ରିନରେ ନଜର ଆସିଥିଲେ । କିଛି ସମୟ ଯୁବତୀ ହସିଥିଲେ ଏବଂ ଏହାପରେ ଗୋଟିଏ ପରେ ଗୋଟିଏ ସବୁ ପୋଷାକ ନିଜ ଦେହରୁ କାଢ଼ି ଦେଇଥିଲେ । ଦେଖୁ ଦେଖୁ ଯୁବତୀ ଜଣକ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଯାଇଥିଲେ । ଯାହାକୁ ଦେଖି ଯୁବକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ମୋବାଇଲ୍ ସ୍କ୍ରିନରେ ଯୁବତୀଙ୍କ ସହିତ ଏକ କୋଣରେ ଯୁବକଙ୍କ ଫଟୋ ଦୃଶ୍ୟମାନ ହେଉଥିଲା । ଯୁବକଙ୍କୁ ଜଣା ନ ଥିଲା କି, ଭିଡିଓ କଲ୍ ରେକର୍ଡ ହେଉଛି । ଏହାପରେ ଯୁବକ କଲ୍ କାଟି ଦେଇଥିଲେ । କିନ୍ତୁ ଏହିଠାରୁ ହିଁ ତାଙ୍କ ସହିତ ବ୍ଲାକମେଲିଂର ଖେଳ ଆରମ୍ଭ ହୋଇଥିଲା । ଏହି ମାମଲା ପାଟନା ନିକଟସ୍ଥ ଦାନପୁର ଅଞ୍ଚଳର । ଯେତେବେଳେ ପୀଡ଼ିତ ଯୁବକ ସାଇବର ସେଲରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ,ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା । ଯୁବକ ପୋଲିସକୁ କହିଥିଲେ ଯେ ତାଙ୍କୁ ଜଣେ ଯୁବତୀ କଲ୍ କରିଥିଲେ ଏବଂ କହିଥିଲେ କି, ତାଙ୍କର ପୂରା ପରିବାରକୁ ସ୍ୱାସ୍ଥ୍ୟ ଏବଂ ଟର୍ମ ଇନ୍ସ୍ୟୁରାନ୍ସ ପ୍ଲାନ ନେବାର ଅଛି । ଏହାପରେ ସେ ପରିବାରର ବିବରଣୀ ପଠାଇବା ପାଇଁ ବୀମା ଏଜେଣ୍ଟଙ୍କ ହ୍ୱାଟସ୍ଆପ ନମ୍ବର ନେଇଥିଲେ । ତା’ ପରେ ଯୁବତୀ ତାଙ୍କୁ ଏକ ଭିଡିଓ କଲ କରିଥିଲେ । କଲ୍ ରିସିଭ କରିବା ପରେ ଯୁବତୀ ଜଣକ ମୋବାଇଲ୍ ସ୍କ୍ରିନରେ ଲାଇଭ୍ ଥାଇ ଗୋଟି ଗୋଟି କରି ସବୁ କପଡ଼ା ଦେହରୁ କାଢ଼ି ଦେଇଥିଲେ । କଲ୍ କାଟିବାର କିଛି ସମୟ ପରେ ବୀମା ଏଜେଣ୍ଟଙ୍କ ମୋବାଇଲକୁ ଭିଡିଓ କଲ ସ୍କ୍ରିନଶଟ ର ଶହ ଶହ ଫଟୋ ଆସିଥିଲା । ଯେଉଁଥିରେ ଯୁବତୀ ନଗ୍ନ ଅବସ୍ଥାରେ ଏଜେଣ୍ଟଙ୍କ ସହିତ କଥା ହେଉଥିବାର ଦେଖା ଯାଇଥିଲେ । ସ୍କ୍ରିନ ଶଟ୍ର ଛୋଟ ଭିଡିଓ କ୍ଲିପ୍ ଦେଖିବା ପରେ ଯୁବକଙ୍କ ହୋଶ୍ ଉଡ଼ି ଯାଇଥିଲା । କିଛି ସମୟ ପରେ ଯୁବତୀ ବୀମା ଏଜେଣ୍ଟଙ୍କୁ କଲ୍ କରି ତୁରନ୍ତ ତାଙ୍କ ଆକାଉଣ୍ଟରେ ୫୦ ହଜାର ଟଙ୍କା ଜମା କରିବାକୁ କହିଥିଲେ । କିନ୍ତୁ ଯୁବକ ଟଙ୍କା ଦେବାକୁ ମନା କରି ଦେଇଥିଲେ । ଏହାପରେ ଯୁବତୀ ତାଙ୍କୁ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରି ଦେବାକୁ ଧମକ ଦେଇଥିଲେ । ବୀମା ଏଜେଣ୍ଟ ମନା କରିବା ପରେ ଯୁବତୀଙ୍କ ଗ୍ୟାଙ୍ଗ ସଦସ୍ୟମାନେ କ୍ରାଇମ ଅଫିସର ଏବଂ ଅଧିକାରୀ ହୋଇ ଯୁବକଙ୍କୁ ଫୋନ କରିବା ଆରମ୍ଭ କରି ଦେଇଥିଲେ । ସେମାନେ ଯୁବକଙ୍କୁ ଧମକ ଦେଇଥିଲେ । ଦିଲ୍ଲୀ ସାଇବର ସେଲରେ କାମ କରୁଥିବା ଦର୍ଶାଇ ତାଙ୍କୁ ଟଙ୍କା ମାଗିଥିଲେ । ପୁଣି ଯୁବତୀ ଏବଂ ତାଙ୍କ ଗ୍ୟାଙ୍ଗର ସଦସ୍ୟ ମିଶି ଯୁବକଙ୍କୁ ପାଖାପାଖି ୫୦ ଥର କଲ୍ କରି ବିଭିନ୍ନ ଉପାୟରେ ଟଙ୍କା ମାଗିଥିଲେ । ତଥାପି ଯୁବକ ମାନି ନ ଥିଲେ ଏବଂ ଟଙ୍କା ଦେବାକୁ ରାଜି ହୋଇ ନ ଥିଲେ । ଏଥିରେ ବ୍ୟସ୍ତ ବିବ୍ରତ ହୋଇ ବୀମା ଏଜେଣ୍ଟ ଯୁବକ ପାଟନା ସାଇବର ସେଲରେ ସମ୍ପୃକ୍ତ ଯୁବତୀ ଏବଂ ତାଙ୍କ ଗ୍ୟାଙ୍ଗ ବିରୋଧରେ ମାମଲା ଦାୟର କରିଥିଲେ । ବର୍ତ୍ତମାନ ପୋଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଦେଇଛି ।