28.1 C
Bhubaneswar
Sunday, October 6, 2024
Homeଓଡିଶାବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ମିଗ୍‌ଜୋମ୍‌’

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମିଗ୍‌ଜୋମ୍‌’

ବଙ୍ଗୋପସାଗର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ଗଭୀର ଅବପାତ ବାତ୍ୟା ‘ମିଗ୍‌ଜୋମ୍‌’ରେ ପରିଣତ ହୋଇଛି । ବର୍ତ୍ତମାନ ଏହା ଘଣ୍ଟା ପ୍ରତି ୬ କି.ମି. ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ପୁଡୁଚେରୀ ଠାରୁ ୩୦୦ ଓ ଚେନ୍ନାଇ ଠାରୁ ୩୧୦ କି.ମି. ଦୂରରେ ବାତ୍ୟା କେନ୍ଦ୍ରୀଭୂତ ରହିଛି ।

ଆସନ୍ତାକାଲି ପୂର୍ବାହ୍ନରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ ବାତ୍ୟା । ୫ ତାରିଖ ପୂର୍ବାହ୍ନରେ ନେଲୋର ଓ ମଚ୍ଛଲିପଟ୍ଟନମ୍‌ ଉପକୂଳ ଛୁଇଁବ । ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୦୦ କି.ମି. ରହିବ ।

ସେପଟେ ତାମିଲନାଡୁରେ ବର୍ଷା କାଚୁଛି ତ ଏଣେ ଓଡ଼ିଶାକୁ ଛନକା ପଶିଛି। ଆସନ୍ତାକାଲିଠୁ ୭ ତାରିଖ ଯାଏଁ ରାଜ୍ୟରେ ଅଦିନିଆ ବର୍ଷା ନେଇ ବି ସତର୍କ କଲାଣି ପାଣିପାଗ ବିଭାଗ। ଚେତାବନୀ ଦେଇଛି- ୫ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking