19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଦକ୍ଷିଣ ଭାରତର ତିନି ରାଜ୍ୟରେ ବାତ୍ୟା ‘ମାଣ୍ଡୁକା’ ଆଶଙ୍କା, ଘଣ୍ଟା ପ୍ରତି ୭୦ କି.ମି ବେଗରେ...

ଦକ୍ଷିଣ ଭାରତର ତିନି ରାଜ୍ୟରେ ବାତ୍ୟା ‘ମାଣ୍ଡୁକା’ ଆଶଙ୍କା, ଘଣ୍ଟା ପ୍ରତି ୭୦ କି.ମି ବେଗରେ ପବନ

ନୂଆଦିଲ୍ଲୀ : ଦକ୍ଷିଣ ଭାରତରେ ସୃଷ୍ଟି ହୋଇଥିବା ଅତ୍ୟଧିକ ଚାପ ଯୋଗୁଁ ସାମୁଦ୍ରିକ ବାତ୍ୟା ‘ମାଣ୍ଡୁସ୍‌’ର ଆଶଙ୍କା ସୃଷ୍ଟି ହୋଇଛି । ଏହା ଦ୍ୱାରା ଡିସେମ୍ବର ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ତାମିଲନାଡ଼ୁ, ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶ ତଟବର୍ତ୍ତୀ ଅଞ୍ଚଳରେ ବିଶେଷ ଭାବେ ପ୍ରଭାବିତ ହେବ । ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ମାଣ୍ଡୁକା ପ୍ରଭାବରୁ ୯ ତାରିଖରେ ଘଣ୍ଟା ପ୍ରତି ୭୦ କିମି ବେଗରେ ପବନ ସହିତ ଆଗାମୀ ତିନିଦିନ ଭୀଷଣ ବର୍ଷା ହେବାର ଆଶଙ୍କା ରହିଛି । ବୁଧବାର ମଧ୍ୟ ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋସାଗରରେ ଡିପ୍ ଡିପ୍ରେସନ୍ ସୃଷ୍ଟି ହୋଇଥିଲା । ଗୁରୁବାର ସାମୁଦ୍ରିକ ବାତ୍ୟା ‘ମାଣ୍ଡୁସ୍‌’ କରାଇକଲଠାରୁ ପ୍ରାୟ ୫୦୦ କିମି ପୂର୍ବ-ଦକ୍ଷିଣ ଏବଂ ଚେନ୍ନାଇଠାରୁ ୫୮୦ କିମି ଦକ୍ଷିଣ-ପୂର୍ବ ଦିଗରେ ରହିଥିଲା ।

ତାମିଲନାଡ଼ୁ, ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶ କେତେକ ଅଞ୍ଚଳରେ ଭୀଷଣ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଡିସେମ୍ବର ୧୦ ତାରିଖରୁ ଏହି ଅଞ୍ଚଳରେ ପବନର ଗତିରେ ହ୍ରାସ ଘଟି ଘଣ୍ଟା ପ୍ରତି ୫୦-୬୦ କିମି ହୋଇଯିବ । ଏହାପରେ ରାତି ସୁ୍‌ଧା ଏହା ୪୦-୫୦ ବେଗରେ ପହଞ୍ଚିବ । ଏହା ମଧ୍ୟରେ ଆଗାମୀ ଚାରିଦିନ ପାଇଁ ଶ୍ରୀଲଙ୍କା ତଟ ଏବଂ ବଙ୍ଗୋପସାଗରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏନ୍‌ଡିଆର୍‌ଏଫ୍ ଟିମ୍‌କୁ ଆଲର୍ଟ ମୋଡ୍‌ରେ ରଖାଯାଇଛି । ସେହିପରି ଆନ୍ଧ୍ରପ୍ରଦେଶର ତଟବର୍ତ୍ତୀ ଜିଲ୍ଲାଗୁଡ଼ିକର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମୁଦ୍ରିକ ବାତ୍ୟାକୁ ଦୃଷ୍ଟିରେ ରଖି ଡିସେମ୍ବର ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking