ମୁମ୍ବାଇ: ସମାଜୱାଡି ବିଧାୟକ ଅବୁ ଆଜ୍ମୀଙ୍କ ମନ୍ତବ୍ୟକୁ କେନ୍ଦ୍ରକରି ବୁଧବାର ମହାରାଷ୍ଟ୍ର ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି । ସମ୍ଭାଜୀନଗର ଜିଲ୍ଲାରେ ଘଟିଥିବା ଦଙ୍ଗା ଉପରେ ଆଲୋଚନା ଚାଲିଥିବାବେଳେ ଆଜ୍ମୀ ‘ବନ୍ଦେ ମାତରଂ’କୁ ନେଇ ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ । ଭାରତୀୟଭାବେ ବନ୍ଦେ ମାତରଂ ଗାଇବାକୁ ସେ ବାଧ୍ୟ ନୁହନ୍ତି ବୋଲି ଆଜ୍ମୀ କହିବାପରେ ଗୃହରେ ଉପସ୍ଥିତ ବିଜେପି ବିଧାୟକମାନେ ପ୍ରବଳ ପାଟିତୁଣ୍ଡ କରିଥିଲେ ।
ମୁଁ କେବଳ ଭଗବାନନଙ୍କ ଉପରେ ବିଶ୍ୱାସ କରେ, ତେଣୁ ଭାରତୀୟ ବୋଲି ପ୍ରମାଣ ଦେବାକୁ ମୋତେ ବନ୍ଦେ ମାତରଂ ଗାଇବାକୁ ବାଧ୍ୟ କରାଯାଇପାରିବନି ବୋଲି ଆଜ୍ମୀ କହିଛନ୍ତି । ତେବେ ବାଚସ୍ପତି ରାହୁଲ ନରୱେକର ବିଜେପି ବିଧାୟକଙ୍କୁ ଶାନ୍ତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିବାରୁ ବାଚସ୍ପତି ଗୃହକୁ କିଛି ସମୟ ମୁଲତବୀ ରଖିଥିଲେ ।