28.1 C
Bhubaneswar
Monday, October 21, 2024
Homeଓଡିଶାସଂଧ୍ୟା ସୁଦ୍ଧା ବାତ୍ୟା!

ସଂଧ୍ୟା ସୁଦ୍ଧା ବାତ୍ୟା!

ଭୁୁବନେଶ୍ୱର: ଆଜି ସଂଧ୍ୟା ସୁଦ୍ଧା ଗଭୀର ଅବପାତ ବାତ୍ୟାର ରୂପ ନେବ । ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଓଡିଶାରେ ସେପରି କିଛି ପ୍ରଭାବ ପଡ଼ିବ ନାହିଁ । ଉତ୍ତର ଓଡ଼ିଶା ଉପକୂଳରେ କେବଳ ହାଲୁକା ବର୍ଷା ହେବ । ଜଗତସିଂହପୁର, ବାଲେଶ୍ୱରର କିଛି ସ୍ଥାନରେ ବର୍ଷା ଅଧିକ ହୋଇପାରେ । ଉପକୂଳ ଓଡ଼ିଶାର ସମୁଦ୍ରକୂଳରେ ଝଙ୍କାଳିଆ ପବନ ବହିପାରେ । ପାର୍ବଣ ଋତୁ ଚାଲିଥିବାରୁ ବର୍ଷା ପାଇଁ ଅସୁବିଧା ହୋଇପାରେ । ପୂଜା ମଣ୍ଡପ ଭଲ ତିଆରି ହୋଇ ନଥିଲେ କ୍ଷତି ହୋଇପାରେ । ଆଜି ସନ୍ଧ୍ୟାରୁ ସମୁଦ୍ରରେ ୬୦ରୁ ୭୦ କିମି ବେଗରେ ପବନ ବହିବ । କାଲି ପର୍ଯ୍ୟନ୍ତ ତୀବ୍ରତା ବଢ଼ି ୮୦ରୁ ୯୦ କିମି ଯାଏଁ ଯାଇପାରେ । ୨୫ ତାରିଖ ସଂନ୍ଧ୍ୟାରେ ବାଂଲାଦେଶ ୁପକୂଳରେ ସ୍ଥଳଭାଗ ଛୁଇଁବ । ଖେପୁପଡ଼ା-ଚିଟାଗଙ୍ଗ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ସ୍ଥଳଭାଗ ଛୁଇଁଲା ବେଳକୁ ଦୁର୍ବଳ ହୋଇସାରିଥିବ ବାତ୍ୟା-ଡିଜି । ବାତ୍ୟାରୁ ଦୁର୍ବଳ ହୋଇ ଗଭୀର ଅବପାତ ଭାବେ ସ୍ଥଳଭାଗ ଛୁଇଁବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking