ହାଇଦ୍ରାବାଦ: ତେଲେଙ୍ଗାନାର ନଲଗୋଣ୍ଡାରେ ଉପନିର୍ବାଚନ ପାଇଁ ପ୍ରଚାର ବେଳେ କ୍ଷମତାସୀନ ଟିଆର୍ଏସ୍ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ମଙ୍ଗଳବାର ସଂଘର୍ଷ ଘଟିଛି । ଏହାର ଏକ ଭିଡିଓ ଭାଇରାଲ୍ ହେଉଛି । ଭିଡିଓରେ ଉଭୟ ପାର୍ଟିର କର୍ମୀ ପରସ୍ପରକୁ ଟେକାପଥର ମାଡ଼ କରୁଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଉଭୟ ପକ୍ଷ ଠେଙ୍ଗାବାଡ଼ିରେ ପରସ୍କରକୁ ଆକ୍ରମଣ ମଧ୍ୟ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ସମ୍ଭାଳିଥିଲା ।
ତେଲେଙ୍ଗାନାର ମୁନୁଗୋଡେ ବିଧାନସଭା ଆସନରେ ନମ୍ବେର ୩ ତାରିଖରେ ଉପନିର୍ବାଚନ ହେବ । ମଙ୍ଗଳବାର ପ୍ରଚାରର ଶେଷ ଦିନ ଥିବାବେଳେ ଦୁଇ ପାର୍ଟି ଜୋର୍ ସୋର୍ ପ୍ରଚାର ଚାଲିଥିଲା । ଏହି ଅବସରରେ କୌଣସି କଥାକୁ ନେଇ ଦୁଇ ପାର୍ଟି କର୍ମୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବାପରେ ଏହି ସଂଘର୍ଷ ଘଟିଥିଲା । ମୁନୁଗୋଡା ବିଧାନସଭା ଆସନରେ ଭୋଟର୍ଙ୍କ ସଂଖ୍ୟା ପ୍ରାୟ ୨ଲକ୍ଷ ୪୧ ହଜାର । ଏହା ମଧ୍ୟରେ ୧,୨୧,୭୨୦ ପୁରୁଷ ଏବଂ ୧,୨୦,୧୨୮ ମହିଳା ଭୋଟର୍ ଅଛନ୍ତି । ସେହିପରି ମୋଟ୍ ଭୋଟର୍ଙ୍କ ମଧ୍ୟରେ ୬୦ ପ୍ରତିଶତରୁ ଅଧିକ ପଛୁଆ ବର୍ଗର ।