27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଏକ୍‌ଜିଟ୍ ପୋଲ୍ ଫଳାଫଳକୁ ନେଇ ଷ୍ଟକ୍ ମାର୍କେଟ୍ ଉଲ୍ଲସିତ

ଏକ୍‌ଜିଟ୍ ପୋଲ୍ ଫଳାଫଳକୁ ନେଇ ଷ୍ଟକ୍ ମାର୍କେଟ୍ ଉଲ୍ଲସିତ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ସାମ୍ନାକୁ ଆସିଥିବା ଏକଜିଟ୍ ପୋଲ୍ ଫଳାଫଳ ଦେଶର ସେୟାର ମାର୍କେଟ୍‌କୁ ମଧ୍ୟ ବେଶ୍ ପ୍ରଭାବିତ କରିଥିବା ଦେଖିବାକୁ ମିଳିଛି । ରିପୋର୍ଟ ଅନୁସାରେ ସେୟାର ମାର୍କେଟ୍‌ରେ ଷ୍ଟକ୍ସ, ବଣ୍ଡ୍‌ସ ଆଦିରେ ବୃଦ୍ଧି ଦେଖିବାକୁ ମିଳିଛି । ସୁତରାଂ ଶନିବାର ଏକ୍‌ଜିଟ୍ ପୋଲ୍ ଫଳାଫଳ ସାମ୍ନାକୁ ଆସିଥିବା ବେଳେ ସୋମବାର ଏକ ସକରାତ୍ମକ ବୃଦ୍ଧି ସହ ବଜାର ଖୋଲିବ ବୋଲି ଅନୁମାନ କରାଯାଉଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍‌ରେ ଉଭୟ ସେନ୍‌ସେକ୍ସ ଏବଂ ନିଫ୍ଟି ସୂଚକାଙ୍କ ଏକ ବର୍ଦ୍ଧିତ ମାର୍ଜିନ୍ ସହ କାରବାର ଆରମ୍ଭ ହେବ ବୋଲି ବଜାର ଏକ୍ସପର୍ଟମାନେ ପୂର୍ବାନୁମାନ କରିଛନ୍ତି ।

ଏକ୍ସପର୍ଟଙ୍କ କହିବାନୁସାରେ ଭାରତୀୟ ବଜାରରେ ଜାତୀୟ ନିର୍ବାଚନୀ ପାଣିପାଗ ଏହା ଏକ ସକାରାତ୍ମକ ପ୍ରଭାବ ପକାଇଛି । ବିଶେଷକରି ଭାରତୀୟ ସେୟାର ବଜାରରେ ପୁଞ୍ଜିନିବେଶ କରିଥିବା ବିଦେଶୀ ନିବେଶକଙ୍କ ମଧ୍ୟରେ ବିଜେପିର ସୁନିଶ୍ଚିତ ବିଜୟକୁ ନେଇ ଏକ ନୂଆ ଆଶା ସଞ୍ଚାର ହୋଇଛି । ସେହିପରି ସ୍ୱଦେଶୀ କମ୍ପାନୀଗୁଡ଼ିକ ମଧ୍ୟ ନିଜ ସେୟାରମୂଲ୍ୟ ବୃଦ୍ଧି ନେଇ ଆଶାବାଦୀ ହୋଇପଡିଛନ୍ତି । ନିର୍ବାଚନ ଫଳାଫ ଆସିବାର ଅନ୍ତତଃ ୨/୩ ସପ୍ତାହ ପର୍ଯ୍ୟନ୍ତ ଭାରତୀୟ ସେୟାର ମାର୍କେଟ୍‌, ଷ୍ଟକ୍ ମାର୍କେଟ୍‌ରେ ବେଶ୍ ଭଲ କାରବାର ହେବ ବୋଲି ପୂର୍ବାନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking