18.1 C
Bhubaneswar
Wednesday, November 27, 2024
Homeଅପରାଧ‘ନ୍ୟାସ୍‌ନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍‌’ର ପୂର୍ବତନ ‘ସିଇଓ’ ଚିତ୍ରା ରାମକୃଷ୍ଣଙ୍କୁ ଗିରଫ କଲା ‘ସିବିଆଇ’

‘ନ୍ୟାସ୍‌ନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍‌’ର ପୂର୍ବତନ ‘ସିଇଓ’ ଚିତ୍ରା ରାମକୃଷ୍ଣଙ୍କୁ ଗିରଫ କଲା ‘ସିବିଆଇ’

ନୂଆଦିଲ୍ଲୀ: ‘ନ୍ୟାସ୍‌ନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍‌’ର ପୂର୍ବତନ ‘ଚିଫ୍ ଏକ୍‌ଜିକ୍ୟୁଟିଭ୍ ଅଫିସର୍‌’ ଚିତ୍ରା ରାମକୃଷ୍ଣଙ୍କୁ ‘ସିବିଆଇ୍‌’ ଗିରଫ କରିଛି । ଅଦାଲତ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ କରି ଦେବାରୁ ନୂଆଦିଲ୍ଲୀରେ ତାଙ୍କୁ ହାଜତକୁ ନିଆଯାଇଛି । ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ଚିତ୍ରା ରାମକୃଷ୍ଣ ‘ଏନ୍‌ଏସ୍‌ଇ’ର ‘ସିଇଓ’ ଥିଲେ । ‘ଏନ୍‌ଏସ୍‌ଇ’ର ପୂର୍ବତନ କର୍ମଚାରୀ ଆନନ୍ଦ ସୁବ୍ରମଣିୟମ୍‌ଙ୍କ ସମେତ ୫୯ ବର୍ଷୀୟା ଚିତ୍ରା ‘ସିବିଆଇ’ ‘ରାଡାର’ରେ ଥିଲେ । ହିମାଳୟରେ ଅବସ୍ଥାନ କରୁଥିବା ଜଣେ ଯୋଗୀଙ୍କ ନିକଟକୁ ‘ନ୍ୟାସ୍‌ନାଲ୍ ଷ୍ଟକ୍ ଏକ୍ସ୍‌ଚେଞ୍ଜ୍‌’ ସମ୍ବନ୍ଧୀୟ ଗୋପନୀୟ ସୂଚନାବଳୀ ଇମେଲ୍ ଜରିଆରେ ପଠାଉଥିଲେ ବୋଲି ଚିତ୍ରାଙ୍କ ଉପରେ ଦୋଷାରୋପ କରାଯାଇଛି । ଅଜ୍ଞାତ ଯୋଗୀଜଣକ ବାସ୍ତବରେ ସୁବ୍ରମଣିୟମ୍ ବୋଲି ସନ୍ଦେହ କରାଯାଉଛି । ତାଙ୍କୁ ମଧ୍ୟ ଏ ମାସ ପ୍ରାରମ୍ଭରେ ଗିରଫ କରାଯାଇଛି । ୨୦୧୦ରୁ ୨୦୧୫ ମଧ୍ୟରେ ‘ଏନ୍‌ଏସ୍‌ଇ’ରେ ଅନୈତିକ କାର୍ଯ୍ୟ ହୋଇଥିବା କଥା ‘ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ’ ପାଇଥିବା ତଥ୍ୟାବଳୀକୁ ସାର୍ବଜନୀନ କରିବା ପରେ ଉପରୋକ୍ତ ପ୍ରସଙ୍ଗ ଜଣାପଡ଼ିଥିଲା ।

ଜାରି କରିଥିବା ଆଦେଶନାମାରେ ‘ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ’ କହିଛି ଯେ, ୨୦୧୪ରୁ ୨୦୧୬ ମଧ୍ୟରେ ଚିତ୍ରା ରାମକୃଷ୍ଣ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ‘ଇ-ମେଲ୍ ଆଇଡି’କୁ ‘ଏନ୍‌ଏସ୍‌ଇ’ର ଚିତ୍ରା ଅଭ୍ୟନ୍ତରୀଣ ଗୁପ୍ତ ତଥ୍ୟାବଳୀ ପଠାଇଥିବା ତଥ୍ୟଗତ ପ୍ରମାଣ ଅଛି । ‘ଏନ୍‌ଏସ୍‌ଇ ସିଷ୍ଟମ୍‌’ରେ ଜାଲିଆତି କରିଥିବା ଅଭିଯୋଗରେ ୨୦୧୮ ମଧ୍ୟ ‘ସିବିଆଇ’ ଜଣେ ‘ଷ୍ଟକ୍‌ବ୍ରୋକର’ଙ୍କ ନାମରେ ‘ଏଫ୍‌ଆଇଆ’ ଫାଇଲ୍ କରିଥିଲା । ସେ ମଧ୍ୟ ଚିତ୍ରା ଓ ଆନନ୍ଦଙ୍କ ମାମଲା ସହ ସମ୍ପୃକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking