ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ଧରି କରୋନାର ୧୦ ହଜାର ଟ୍ରେଣ୍ଡ ଚାଲୁଥିବା ବେଳେ ଆଜି ସେଥିରେ ଲାଗିଛି ସାମାନ୍ୟ ବ୍ରେକ୍। ଧିରେ ଧିରେ ତଳମୁହାଁ ହେଉଛି କରୋନା। ହେଲେ ପ୍ରକୃତରେ ଏହା ଏହାର ସ୍ଥିତି ଜାଣିବାକୁ ଆଉ ୪/୫ ଦିନ ଲାଗିବ । ଏ ନେଇ ଏବେ କିଛି କହି ହେବନି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।
ଏନେଇ ସେ କହିଛନ୍ତି, ଆଜି ଆସିଥିବା ରିପୋର୍ଟରେ କରୋନା ତଳମୁହାଁ ରହିଛି। ହେଲେ ଏବେ ଟେଷ୍ଟିଂ କମିନି। କେନ୍ଦ୍ର ସରକାରଙ୍କ କୋଭିଡ ଟେଷ୍ଟିଂ ଗାଇଡଲାଇନ ଅନୁସାରେ ସେର୍ଭେଲାନ୍ସ ଚାଲିଛି । ସାମାନ୍ୟ ଲକ୍ଷଣ ଦେଖା ଦେଲେ ଟେଷ୍ଟ କରାଇନେବା ଲାଗି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶ। ସେହିପରି ଯେଉଁମାନେ ସଂକ୍ରମିତ ହେଉଛନ୍ତି ସେମାନେ ଆଇସୋଲସେନରେ ରହିଲେ ସଂକ୍ରମଣକୁ କମାଯାଇପାରିବ । ଭାରିଆଣ୍ଟ ବଦଳିପାରେ, ଏବେ ସୁଦ୍ଧା ସେଭଳି କିଛି ତଥ୍ୟ ଆସିନି । କୋଭିଡ୍ କିଭଳି ବ୍ୟବହାର କରିବ ତାହା ମ୍ୟୁଟେସନ ଉପରେ ନିର୍ଭର କରୁଛି । ରାଜ୍ୟରେ ଏବେ ବି ୬ ପ୍ରତିଶତ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ୮୦ରୁ ୯୦ ପ୍ରତିଶତ ରୋଗୀଙ୍କର ମୃତ୍ୟୁ ଆଶଙ୍କା ରହିଛି ।