34.1 C
Bhubaneswar
Friday, September 20, 2024
Homeଖେଳରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିଅନ୍‌ଶିପ୍‌; କ୍ଲିନ୍ ଆଣ୍ଡ୍ ଜର୍କରେ ଭାଲୁରି ଅଜୟଙ୍କ ଗେମ୍ସ ରେକର୍ଡ

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିଅନ୍‌ଶିପ୍‌; କ୍ଲିନ୍ ଆଣ୍ଡ୍ ଜର୍କରେ ଭାଲୁରି ଅଜୟଙ୍କ ଗେମ୍ସ ରେକର୍ଡ

ନୂଆଦିଲ୍ଲୀ:  ଫିଜି ରାଜଧାନୀ ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ଯୁବ, ଜୁନିୟର୍ ଓ ସିନିୟର (ପୁରୁଷ ଓ ମହିଳା) ଭାରୋତ୍ତୋଳନ ଚାମ୍ପିଅନ୍‌ଶିପ୍‌ରେ ଭାରତୀୟ ଭାରୋତ୍ତୋଳକମାନେ ଗୁରୁବାର ୬ ପଦକ ହାସଲ କରିଛନ୍ତି । ଜୁନିୟର୍ ପୁରୁଷ ୮୧ କେଜି ବର୍ଗରେ ଭାଲୁରି ଅଜୟ ବାବୁ କ୍ଲିନ୍ ଆଣ୍ଡ୍ ଜର୍କରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହା ସହିତ ସ୍ନାଚ୍‌ରେ ୧୪୭ କେଜି, କ୍ଲିନ୍ ଆଣ୍ଡ୍ ଜର୍କରେ ୧୭୯ କେଜି ସହିତ ମୋଟ ୩୨୬ କେଜିରେ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ସାଇରାଜ ପରଦେଶୀ ୮୧ କେଜି ଜୁନିୟର୍ ପୁରୁଷ ବର୍ଗରେ ସ୍ୱର୍ଣ୍ଣ ଏବଂ ଯୁବ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି । ୮୯ କେଜି ଜୁନିୟର ପୁରୁଷରେ ହୃଦାନନ୍ଦ ଦାସ ଓ ଲାଲରୁଆତ୍‌ଫେଲା ଯଥାକ୍ରମେ ବ୍ରୋଞ୍ଜ୍ ଓ ରୌପ୍ୟ ପଦକ ହାସଲ କରିଛନ୍ତି । ଭାରତୀୟ ଭାରୋତ୍ତୋଳକଙ୍କ ଏହି ସଫଳତାରେ ଭାରତୀୟ ଭାରୋତ୍ତୋଳନ ସଂଘ ସଭାପତି ସହଦେବ ଯାଦବ ଖୁସିବ୍ୟକ୍ତ ସହିତ ଏତେ କମ୍ ସମୟରେ ଆଥ୍‌ଲେଟ୍‌ଙ୍କୁ ଟ୍ରେନିଂ ଦେଇଥିବା ଭାରତୀୟ କୋଚ୍‌ଙ୍କ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking