21.1 C
Bhubaneswar
Saturday, December 6, 2025
Homeଓଡିଶା୨୬ ଜୁନ୍ କୁ ନିଶା ମୁକ୍ତ ଦିବସ ଭାବରେ ପାଳନ ପାଇଁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ

୨୬ ଜୁନ୍ କୁ ନିଶା ମୁକ୍ତ ଦିବସ ଭାବରେ ପାଳନ ପାଇଁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ

ଭୁବନେଶ୍ବର: ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ୨୦୨୫ ପରିପ୍ରେକ୍ଷୀରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଏକ ରାଜ୍ୟସ୍ତରୀୟ କର୍ମଶାଳା ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀ ନିତ୍ଯାନନ୍ଦ ଗଣ୍ଡକହିଥିଲେ ଯେ ବିଶ୍ୱରେ ନିଶାସେବନଏକସମସ୍ୟାଭାବେ ଉଭା ହୋଇ ପାରିବାରିକ ଓ ସାମାଜିକ ଜୀବନରେ ନାନାଦି କ୍ଷତିପହଞ୍ଚାଉଛି। ବ୍ୟକ୍ତିଗତ ସ୍ତରରେ ଲୋକମାନେ ନିଶା ଦ୍ଵାରା କବଳିତ ହୋଇ ପାରିବାରିକ ଜୀବନରେଅଶାନ୍ତି ସୃଷ୍ଟି ସହ ଆର୍ଥିକ ଦୁରବସ୍ଥା ର ସମ୍ମୁଖୀନ ହେଉଛନ୍ତି । ନିଶାଦ୍ରବ୍ୟର ଅବୈଧ କାରବାର ଏବଂ ସଂଗଠିତ ଅପରାଧ ଯୋଗୁଁସମାଜରେ ମଧ୍ୟ ବ୍ୟାପକ ସମସ୍ଯା ସୃଷ୍ଟି ହେଉଛି ।ଏକ ନିଶାମୁକ୍ତ ସମାଜଲକ୍ଷ୍ୟ ହାସଲ କରିବା ଦିଗରେ ନିଶାକାରବାରକୁ ରୋକିବା ଏବଂ ନିଶାଗ୍ରସ୍ତ ଲୋକମାନଙ୍କ ଥଇଥାନ ଓ ପୁନର୍ବାସକୁ ପ୍ରାଥମିକତା ଦେବାପାଇଁ ବୈଜ୍ଞାନିକ ତଥ୍ୟ ଭିତ୍ତିକ ପଦ୍ଧତି ଦ୍ଵାରା ଏହି ଆହ୍ୱାନର ମୁକାବିଲା କରାଯାଇପାରିବ ଓ ଏଥିପାଇଁ ପାରସ୍ପରିକ ସହଯୋଗକୁ ସୁଦୃଢ଼ କରିବା କ୍ଷେତ୍ରରେ ଗୁରୁତ୍ଵାରୋପ କରିଥିଲେ ।

ଏହି କର୍ମଶାଳାରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଯେପରିକି ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଏସ ସି ବି  ମେଡିକାଲ କଲେଜ, ରମାଦେବୀ ବିଶ୍ୱବିଦ୍ୟାଳୟ, କିଟ ବିଶ୍ୱବିଦ୍ୟାଳୟରୁଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ଏଥିରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, କମିଶନରେଟ୍ ପୋଲିସ, ଅବକାରୀ ବିଭାଗ, ଗୃହ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଏମ୍ସ ଏବଂ NMBA ରାଜ୍ୟ କମିଟିର ପ୍ରତିନିଧୀମାନେ ଅଂଶଗ୍ରହଣ କରିସାମୂହିକ ପ୍ରଚେଷ୍ଟା  ଏବଂ ବିଜ୍ଞାନଭିତ୍ତିକ ସମାଧାନ ପାଇଁ ପ୍ରତିବଦ୍ଧତା ବଳରେ ଏହି ସମସ୍ୟାର ମୁକାବିଲା ପାଇଁ ଆମର ପ୍ରୟାସକୁ ବ୍ୟାପକ କରିବା ପାଇଁ ମତବ୍ୟକ୍ତ କରିଥିଲେ । ଆମନ୍ତ୍ରିତ ବିଶିଷ୍ଟ ଅତିଥି-ବକ୍ତା ମାନେ ନିଶା ଅପବ୍ଯବହାର ଉପରେ ନିଜ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ବିଭାଗୀୟ ନିର୍ଦ୍ଦେଶିକା ଶ୍ରୀମତୀ ନିୟତି ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ଅର୍ଥ  ପରାମର୍ଶଦାତା ଜୟଶ୍ରୀ ତ୍ରିପାଠୀ, ଅତିରିକ୍ତ ଶାସନ ସଚିବ ସୋନିଆ ବେହେରା, ରଜନୀ ଜାନି, ଭାସ୍କର ରଇତ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ।  ଶେଷରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ଦୀପକ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking