ଯାଜପୁର: ଯାଜପୁର ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ଉୟଗିରି ବୌଦ୍ଧ ଧର୍ମ ର ଏକ ପ୍ରମୁଖ ସ୍ଥଳୀ ଥିଲା ଏହା ଖନନ ପରେ ବିଶ୍ୱ ରେ ପରିଚିତ ହେଲା l . ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରିର ଐତିହ୍ୟ ଓ କୀର୍ତିରାଜି ସମ୍ପର୍କରେ ଯେତେ ଆଲୋଚନା କଲେ ବି ତାହା ବର୍ଣନା କରିବା ଅସମ୍ଭବ lଉଦୟଗିରିକୁ ଆଧାର କରି ଓଡ଼ିଶା ମାଟି ସାଗା ବିଶ୍ଵରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିପାରିବ ବୋଲି ୧୬ତମ ରାଜ୍ୟସ୍ତରୀୟ ଉଦୟଗିରି ବୁଦ୍ଧ ମହୋତ୍ସବରେ ମୁଖ୍ୟଅତିଥି ରାଜ୍ୟ ଆଇନ ନିର୍ମାଣ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ପ୍ରକାଶ କରିଛନ୍ତି । ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ରାମଚନ୍ଦ୍ର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହର ଦ୍ଵିତୀୟ ଦିବସର ପୂର୍ବାହ୍ନ ଅଧିବେଶନରେ ପାଳପୁର ସାଂସଦ ରବାନ୍ଦ୍ର ନାରାୟଣ ବେହେରା ବଡ଼ଟଣା ବିଧାୟକ ଅମର କୁମାର ନାୟକ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ପ୍ରମୁଖ ଯୋଗଦେଇ ଉଦୟଗିରିର ବିକାଶ ପ୍ରସଙ୍ଗ, ପୁଷ୍ପଗିରିବିଶ୍ବବିଦ୍ୟାଳୟର ପୁନଃ ରୁଦ୍ଧାର ଓ ସଂଗ୍ରହାଳୟ ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା କରିଥିଲେ । ଡ. ଭାଗ୍ୟଧର ସାହୁ ଅତିଥ୍ ପରିଚୟ ପ୍ରଦାନ କରିଥିବା ବେଳେ କିଶୋର ଦାଶ ସ୍ବାଗତ ଭାଷଣ ଦେଇଥିଳେ ଲେ । ବୁଦ୍ଧ ମହୋତ୍ସବ ସମିତିର ଆବାହକ ବରିଷ୍ଠ ସାମ୍ବାଦିକ ମହେଶ୍ବର ବଳ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସମିତିର ଅଧ୍ଯକ୍ଷା ଡ ଅରୁନ୍ଧତୀ ଦେବୀ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଅତିଥ୍ ଉଦୟଗିରିସଂଳଳନର ୧୫ତମ ସଂଖ୍ୟାକୁ ଉନ୍ମୋଚନ କରିଥିଲେ । ମଧ୍ୟାହ୍ନରେ ପୁଷ୍ପଗିରି ବିଶ୍ଵ ବିଦ୍ୟାଳୟର ଅତୀତ, ବର୍ତ୍ତମାନ ଓ ସମ୍ଭାବନା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଉମାକାନ୍ତ ବଳଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥ୍ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ଆଲୋଚକ ପ୍ରତ୍ନତତ୍ତ୍ୱବିତ ଡ. ସୁନୀଲ ପଟ୍ଟନାୟକ, ପଣ୍ଡିତ ସୂର୍ଯ୍ୟମଣି ଖୁଣ୍ଟିଆ, ଅଧ୍ୟାପକ ଲକୁମନ ରାଉତ, ସୌମେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।ଉଦୟ ଗିରି ର ଅତିହାସିକ ସମ୍ପର୍କ ରେ ଆଲୋକ ପାତ କରି ଥିଲେ ଏହି ପୀଠ ବିଶ୍ୱ କୁ ଶାନ୍ତି ମୈତ୍ରୀ ଅହିଂସା ବାର୍ତ୍ତା ଦେଉ ଥିଲା ଏଟାରେ ରେ ଏକ ବିଶ୍ୱ ବିଦ୍ୟାଳୟ ଥିଲାବୌଦ୍ଧ ଧର୍ମ ଲମ୍ବି ମାନେ ଆସି ଥାନ୍ତି ଚଳିତ ବର୍ଷର ‘ଉଦୟଗିରି ବୁଦ୍ଧ ସମ୍ମାନ’ ଧମ ଗୋଭେସୁ ଥେରୋଙ୍କୁ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ହୀରକ ତ୍ରିଭୁଜରେ ଉଦୟଗିରିର ଭୂମିକା ଶୀର୍ଷକ ବକୃତା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃ ସ୍କୃତ କରାଯାଇଥିଲା।ଏହି ପୀଠ ଵିକାଶ ହୋଇ ପାରିଲେ ବୌଦ୍ଧ ପ୍ରର୍ଯଟକ ମାନ କୁ ଆକୃଷ୍ଟ କରି ପାରିବ ବୋଲି ରାଜ୍ୟ କେନ୍ଦ୍ର ସରକାର ଗୁରୁତ୍ୱ ଦେବା କୁ ଦାବି କରା ଯାଇ ଥିଲା l










