ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ କରିଛନ୍ତି ରାଜ୍ୟ ସରକାର । ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ ନେଇ ଘୋଷଣା ହୋଇଛି । ଭାଟ୍ ହ୍ରାସ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାଟ୍ ହ୍ରାସ ୫ ତାରିଖ ମଧ୍ୟରାତ୍ରରୁ ଲାଗୁ ହେବ । କାଲି ପେଟ୍ରୋଲ, ଡିଜେଲରୁ ଉତ୍ପାଦ ଶୁକ୍ଳ ହ୍ରାସ କରିଥିଲା କେନ୍ଦ୍ର । ପେଟ୍ରୋଲରୁ ୫ ଓ ଡିଜେଲରୁ ୧୦ ଟଙ୍କା ହ୍ରାସ କରିଥିଲା କେନ୍ଦ୍ର । କାଲି କେନ୍ଦ୍ର ଶୁକ୍ଳ ହ୍ରାସ କଲା ପରେ ଆଜି ଭାଟ୍ ହ୍ରାସ କରିଛି ରାଜ୍ୟ ।