32.1 C
Bhubaneswar
Saturday, October 19, 2024
Homeଓଡିଶାରାଜ୍ୟ ସରକାର ତୁରନ୍ତ ଓବିସି କମିଶନ ରିପୋର୍ଟ ପ୍ରକାଶ କରନ୍ତୁ : ଶ୍ରୀକାନ୍ତ ଜେନା

ରାଜ୍ୟ ସରକାର ତୁରନ୍ତ ଓବିସି କମିଶନ ରିପୋର୍ଟ ପ୍ରକାଶ କରନ୍ତୁ : ଶ୍ରୀକାନ୍ତ ଜେନା

ଭୁବନେଶ୍ୱର: ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ରାଜ୍ୟରେ ପଛୁଆବର୍ଗଙ୍କୁ ସେମାନଙ୍କର ସଂଖ୍ୟାନୁପାତରେ ୫୪% ସଂରକ୍ଷଣ ଉଭୟ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ତୁରନ୍ତ ଘୋଷଣାର ଦାବୀ କରିଛନ୍ତି । ଏବେ ଏବେ ବିହାର ସରକାର ସଂରକ୍ଷଣକୁ ୭୫% କୁ ବୃଦ୍ଧି କରିଛନ୍ତି । ଓଡ଼ିଶାରେ ଏହି ବର୍ଗ ଶିକ୍ଷାରେ ଆଦୌ ସଂରକ୍ଷଣ ନଥିବା ବେଳେ ଚାକିରୀ କ୍ଷେତ୍ରରେ ମାତ୍ର ୧୧% ରହିଛି । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଛାତ୍ର ଛାତ୍ରୀଙ୍କୁ ତାଂକର ସାମ୍ବିଧାନିକ ଅଧିକାର ଉଚ୍ଚଶିକ୍ଷାରେ ୨୦% ପରିବର୍ତେ ୪୦ % ସଂରକ୍ଷଣ କରାଯାଉ ।
ଓଡ଼ିଶା ସରକାର ତୁରନ୍ତ OBC କମିଶନ ରିପୋର୍ଟକୁ ପ୍ରକାଶ କରିବା ସହ ନିମ୍ନୋକ୍ତ କାର୍ଯ୍ୟ ତୁରନ୍ତ କରିବାକୁ ଦାବୀ କରିଛନ୍ତି । :-
– ରାଜ୍ୟର ସବୁ ବର୍ଗର ମୋଟ ୮୦ ଲକ୍ଷ ପରିବାରଂକୁ (ଯେଉଁ ମାନଙ୍କର ମାସିକ ଆୟ ୬୦୦୦ ଟଙ୍କା) ୫ ଲକ୍ଷ ଟଙ୍କା କରି ଅନୁଦାନ ତୁରନ୍ତ ଦିଆଯାଉ । (ବିହାର ସରକାରଙ୍କ ଭଳି ଓଡ଼ିଶା ସରକାର ତୁରନ୍ତ ଦିଅନ୍ତୁ ।)
– ସବୁବର୍ଗର ୫ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ନିର୍ବାଚନ ପୂର୍ବରୁ ସରକାରୀ ଚାକିରୀରେ ଭର୍ତି କରାଯାଉ । ବିହାର ସରକାର ଗତ କିଛି ଦିନ ତଳେ      ୩ ଲକ୍ଷ ୬୦ ହଜାର ଯୁବକ ଯୁବତୀଙ୍କୁ ସରକାରୀ ଚାକିରୀରେ ଭର୍ତି କରାଇଲେ ।
– ସମସ୍ତ ଅସ୍ଥାୟୀ ସରକାରୀ କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି କରାନ୍ତୁ । (ବିହାର ସରକାର ଗୋଟିଏ ଦିନରେ ୪ ଲକ୍ଷ ଅସ୍ଥାୟୀ             କର୍ମଚାରୀଙ୍କୁ ସ୍ଥାୟୀ କଲେ ।)
– ଲଘୁ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପ୍ରତେକ ବେକାର ଯୁବକ ଯୁବତୀଙ୍କୁ ଏକ କାଳିନ ୨ ଲକ୍ଷ ଟଙ୍କା ଅନୁଦାନ ଦିଆଯାଉ ।
– ସମସ୍ତ ଭୂମିହୀନଙ୍କୁ ଘର-ଢ଼ିହ କିଣିବା ପାଇଁ ୧ ଲକ୍ଷ ଟଙ୍କା ଅନୁଦାନ ଦିଆଯାଉ ।
– ଏ ସମସ୍ତ କାର୍ଯ୍ୟ ଯଦି ବିହାର ସରକାର କରାଇ ପାରିଲେ ଓଡ଼ିଶା ସରକାର କାହିଁକି କରିବେ ନାହିଁ ?
– ଗୋଟିଏ ପଟେ ରାଜ୍ୟ ସରକାର ୫୦ହଜାର କୋଟି ଟଙ୍କା ଖଣି ଲୁଟେରାଙ୍କୁ ଜୋରିମାନା ଛାଡ଼ କଲେ ଅଥଚ ଗରିବ ଗୁରୁବା ଲୋକଙ୍କୁ କାହିଁକି         ଅନୁଦାନ ଦେବେ ନାହିଁ ?
– ସାଧାରଣ ଲୋକଙ୍କର ମୌଳିକ ସମସ୍ୟାର ସମାଧାନ ନକରି କେବଳ ଶ୍ରୀଜଗନ୍ନଥ ଏବଂ ଶ୍ରୀରାମଙ୍କ ନାଁରେ ଲୋକଙ୍କର ଧାର୍ମିକ ଭାବନା ସହ ଖେଳି    ନିର୍ବାଚନ ବୈତରଣୀ ପାର ହେବାରେ ବ୍ୟସ୍ତ ।
ଶ୍ରୀ ଜେନା ଏହି ମର୍ମରେ INDIA ମେନଟର ସମସ୍ତ ରାଜନୈତିକ ଦଳକୁ ନିବେଦନ କରି କହିଛନ୍ତି ସବୁ ଦଳ ଏ ସମ୍ପର୍କରେ ଗୁରୁତ୍ୱ ସହ ବିଚାର କରିବା ସହ ଏହି ଦାବୀକୁ ହାସଲ କରିବା ପାଇଁ ଜନମତ ସୃଷ୍ଟି କରିବାରେ ସହାୟକ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking