18.1 C
Bhubaneswar
Monday, November 25, 2024
Homeଅପରାଧବୋହୁ ପାଲଟିଲା ପିଶାଚୀ !

ବୋହୁ ପାଲଟିଲା ପିଶାଚୀ !

ଗୌହାଟୀ: ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ ପରେ ଆସାମରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି ଦେଖିବାକୁ ମିଳିଛି । କିନ୍ତୁ ଏଠାରେ ସ୍ୱାମୀ ଏବଂ ଶାଶୁକୁ ହତ୍ୟା କରିଛି ବୋହୂ । ସାତଜନ୍ମର ସାଥି ହେବା ପାଇଁ କଥା ଦେଇଥିବା ପତ୍ନୀ ପାଲଟିଛି ରାକ୍ଷାସୁଣୀ ! ପରକୀୟା ପ୍ରୀତିର ମାୟାରେ ବାୟା ହୋଇ ଶଙ୍ଖା, ସିନ୍ଦୁରକୁ ଭୁଲି ସ୍ୱାମୀ ରକ୍ତରେ ଖେଳିଲା ହୋଲି । ସ୍ୱାମୀ ଏବଂ ଶାଶୁକୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଲା ସ୍ତ୍ରୀ । ରବିବାର ଗୌହାଟୀର ନୁନମାଟିରୁ ସାମ୍ନାକୁ ଆସଛି ଏଭଳି ଛାତିଥରା ଘଟଣା ।ପ୍ରଥମେ ସ୍ୱାମୀ ଏବଂ ଶାଶୁକୁ ହତ୍ୟା କରିବା ପରେ ଖଣ୍ଡଖଣ୍ଡ କରି ଫ୍ରିଜରେ ରଖିଥିଲା ।ଏଭଳି ହତ୍ୟା ଘଟଣାକୁ ୭ ମାସ ବିତିବା ପରେ ଜାଣିବାକୁ ପାଇଥିଲା ପୋଲିସ ।

ମିଳିଥିବା ସୂଚନାଅନୁସାରେ, କିଛି ବର୍ଷ ପୂର୍ବେ ଗୌହାଟୀ ନରେଙ୍ଗୀର ଅମରଜ୍ୟାତି ଏବଂ ବନ୍ଦନା କାଲିତା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏମାନଙ୍କ ବୈବାହିକ ଜୀବନ ମଧ୍ୟ ଖୁସିରେ ଚାଲିଥିଲା । କିନ୍ତୁ କିଛିଦିନ ଗଲାପରେ ବନ୍ଦନାଙ୍କ ଜୀବନରେ ଆସିଥିଲେ ଧନଜିତ ଡେକା । ଏହାକୁ ନେଇ ଉଭୟେ ସ୍ୱାମୀ, ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଏହାପରେ ସେ ଛାଡପତ୍ର ଦେବା ପାଇଁ ଭାବିଥିଲା ।କିଛି କାରଣ ପାଇଁ ତାଙ୍କ ମଧ୍ୟରେ ଝଗଡା ଲାଗିରହୁଥିଲା । ଯେଉଁଥିପାଇଁ ଶାଶୁ ବି ବୋହୂକୁ ବହୁତ ନିର୍ଯାତନା । ଶେଷରେ ବୋହୁ ରାଗିଯାଇ ଶାଶୁ ଓ ତା ସ୍ୱାମୀ କୁ ମାରି ଫ୍ରିଜ଼ରେ ଖଣ୍ଡ ଖଣ୍ଡ କରି ରଖିଦେଇ। ପୋଲିସ ଏ ବାବଦରେ ଯାଞ୍ଚ କରୁଛି ଏବଂ ପିଶାଚୀ ବୋହୁ କୁ ଗିରାପି କରଯାଇଥିବା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking