ନୟାଗଡ଼: ଭାପୁର ବ୍ଲକରେ ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପଢ଼ିବା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷା ବ୍ଲକର ୩ଟି କେନ୍ଦ୍ରରେ ହୋଇଥିଲା । ମୋଟ ୫୩୨ ଜଣ ପରୀକ୍ଷା ଦେବାପାଇଁ ନିଜର ନାମ ପଞ୍ଜିକରଣ କରିଥିବାବେଳେ ସେଥିରୁ ୫୦୬ ଜଣ ପରୀକ୍ଷା ଦେଇଥିଲେ । ୨୬ଜଣ ଅନୁପସ୍ଥିତ ଥିଲେ ବୋଲି ଭାପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କଠାରୁ ସୂଚନା ମିଳିଛି ।
ଫତେଗଡ଼ ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପାଇଁ ୧୨୯ ଜଣ ପରୀକ୍ଷା ଦେବା ପାଇଁ ନିଜର ନାମ ପଞ୍ଜିକରଣ କରିଥିବାବେଳେ ଆଜିର ପରୀକ୍ଷାରେ ୧୨୬ ଜଣ ପରୀକ୍ଷା ଦେଇଥିଲେ । ସପ୍ତମ ଶ୍ରେଣୀରେ ୧୯ ଜଣ ପରୀକ୍ଷା ପାଇଁ ନାମ ପଞ୍ଜିକରଣ କରିଥିବା ବେଳେ ୧୮ ଜଣ ପରୀକ୍ଷା ଦେଇଥିଲେ । ଅଷ୍ଟମ ଶ୍ରେଣୀ ପାଇଁ ୭ ଜଣ ନାମ ପଞ୍ଜିକରଣ କରିଥିବା ବେଳେ ୬ ଜଣ ପରୀକ୍ଷାରେ ଉପସ୍ଥିତ ଥିଲେ । ନବମ ଶ୍ରେଣୀ ପାଇଁ ୪ ଜଣ ନାମ ପଞ୍ଜିକରଣ କରିଥିବା ବେଳେ ୩ ଜଣ ପରୀକ୍ଷା ଦେଇଥିଲେ ।
ମୋଟ ଆଦର୍ଶ ବିଦ୍ୟାଳୟ ଫତେଗଡ଼ ପାଇଁ ୧୫୯ ଜଣ ପରୀକ୍ଷା ଦେବାପାଇଁ ନିଜର ନାମ ପଞ୍ଜିକରଣ କରିଥିବା ବେଳେ ଆଜିର ପରୀକ୍ଷାରେ ୧୫୩ ଜଣ ପରୀକ୍ଷା ଦେଇଥିଲେ ଓ ୬ ଜଣ ଅନୁପସ୍ଥିତ ଥିଲେ । ଫତେଗଡ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀର ପରୀକ୍ଷା ପାଇଁ ୧୨୯ ଜଣ ନାମ ପଞ୍ଜିକରଣ କରିଥିବା ବେଳେ ୧୨୫ ଜଣ ପରୀକ୍ଷା ଦେଇଥିଲେ । ସପ୍ତମ ଶ୍ରେଣୀର ପରୀକ୍ଷା ପାଇଁ ୧୫ ଜଣ ନାମ ପଞ୍ଜିକରଣ କରିଥିବାବେଳେ ୧୧ଜଣ ଉପସ୍ଥିତ ରହି ପରୀକ୍ଷା ଦେଇଥିଲେ । ଅଷ୍ଟମ ଶ୍ରେଣୀ ପାଇଁ ୨୦ ଜଣ ନାମ ପଞ୍ଜିକରଣ କରିଥିବାବେଳେ ୧୨ଜଣ ପରୀକ୍ଷା ଦେଇଥିଲେ । ନବମ ଶ୍ରେଣୀ ପାଇଁ ୨ଜଣ ପରୀକ୍ଷା ଦେଇଥିଲେ ।
ଫତେଗଡ଼ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେବାପାଇଁ ମୋଟ ୧୬୬ ଜଣ ନିଜର ନାମ ପଞ୍ଜିକରଣ କରିଥିବାବେଳେ ୧୫୦ ଜଣ ପରୀକ୍ଷା ଦେଇଥିଲେ ଓ ୧୬ ଜଣ ଅନୁପସ୍ଥିତ ଥିଲେ । ଭାପୁର ବାଲୁଙ୍କେଶ୍ୱର ଦେବ ବିଦ୍ୟାପୀଠରେ ଷଷ୍ଠ ଶ୍ରେଣୀ ପାଇଁ ପ୍ରବେଶିକା ପରୀକ୍ଷା ରେ ୨୦୨ ଜଣ ପରୀକ୍ଷା ଦେବା ପାଇଁ ନିଜର ନାମ ପଞ୍ଜିକରଣ କରିଥିବା ବେଳେ ୧୯୯ ଜଣ ପରୀକ୍ଷା ଦେଇଥିଲେ । ନବମ ପାଇଁ ୫ ଜଣ ପଞ୍ଜିକରଣ କରିଥିବା ବେଳେ ୪ ଜଣ ପରୀକ୍ଷା ଦେଇଥିଲେ । ବାଲୁଙ୍କେଶ୍ୱର ଦେବ ବିଦ୍ୟାପୀଠ ଭାପୁରରେ ମୋଟ ୨୦୭ ଜଣ ପିଲା ପରୀକ୍ଷା ଦେବାପାଇଁ ନିଜର ନାମ ପଞ୍ଜିକରଣ କରିଥିବା ବେଳେ ୨୦୩ ଜଣ ପରୀକ୍ଷା ଦେଇଥିଲେ ଏବଂ ୪ ଜଣ ଅନୁପସ୍ଥିତ ଥିଲେ ।