କଟକ : କଟକ ଦୋଳମୁଣ୍ଡାଇରେ ଯୁବତୀଙ୍କୁ ଛୁରାମାଡ଼ । ଆହତ ଅବସ୍ଥାରେ ଯୁବତୀଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଯୁବତୀଙ୍କ ପେଟ, ହାତ ସମେତ ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଜଣା ପଡିଛି । ଏକ କସମେଟିକ୍ ଦୋକାନରେ ଆହତ ଯୁବତୀ କାମ କରନ୍ତି ।ଗତକାଲି ରାତିରେ କାମ ସାରି ଦୋକାନରୁ ବାହାରୁଥିବା ବେଳେ ଜଣେ ଯୁବକ ହଠାତ୍ ଯୁବତୀଙ୍କୁ ଆକ୍ରମଣ କରିଥିଲେ । ଛୁରା ସାହାଯ୍ୟରେ ଯୁବତୀଙ୍କୁ ଆକ୍ରମଣ କରିଥିଲେ ଯୁବକ ଜଣକ । ଛୁରାମାଡ଼ର କାରଣ ଅସ୍ପଷ୍ଟ ରହିଥିବାବେଳେ ପ୍ରେମ ବ୍ୟାପାରକୁ ନେଇ ଏହି ଘଟଣା ଘଟିଥାଇ ପାରେ ବୋଲି କୁହାଯାଉଛି । ପୋଲିସ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।