30.1 C
Bhubaneswar
Saturday, February 14, 2026
Homeଅପରାଧଯୁବକଙ୍କୁ ଛୁରା ମାଡ଼

ଯୁବକଙ୍କୁ ଛୁରା ମାଡ଼

ପୁରୀ : ପୁରୀ ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ଜଣେ ଯୁବକଙ୍କୁ କିଛି ଦୁର୍ବୁତ୍ତ ସଂଘବଦ୍ଧ ଆକ୍ରମଣ କରିଥିଲେ। ସେମାନଙ୍କ ସଂଘବଦ୍ଧ ଆକ୍ରମଣ ଓ ଛୁରାମାଡ଼ରେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପୁରୀ ଟାଉନଥାନା ରାଧାଗୋବିନ୍ଦ ଗଳିରେ ଆକ୍ରମଣ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବାବେଳେ ସଂଘବଦ୍ଧ ଆକ୍ରମଣ ପରେ ଯୁବକ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ଜାଣିପାରି ଘଟଣାସ୍ଥଳରୁ ଦୁର୍ବୁତ୍ତମାନେ ଫେରାର ହୋଇଯାଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଆକ୍ରମଣକାରୀ ଦୁର୍ବୁତ୍ତମାନଙ୍କୁ ଧରିବାପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking