23.1 C
Bhubaneswar
Saturday, October 19, 2024
Homeଓଡିଶାହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧ ମାମଲା, ଶୁଣାଣି ସ୍ଥଗିତ

ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧ ମାମଲା, ଶୁଣାଣି ସ୍ଥଗିତ

କଟକ: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ଦାୟର ମାମଲାରେ ଆବେଦନକାରୀଙ୍କୁ ଆୟର ଉତ୍ସ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଗାମୀ ୨ ସପ୍ତାହ ମଧ୍ୟରେ ଏହି ସତ୍ୟପାଠ ଦାଖଲ ନିମନ୍ତେ କହିଛନ୍ତି । ଏଥିସହ ମାମଲାର ଶୁଣାଣିକୁ ଅଦାଲତ ୨ ସପ୍ତାହ ଯାଏ ସ୍ଥଗିତ ରଖିଛନ୍ତି । ଆବେଦନକାରୀ ସଂଗଠନ ଭାରତୀୟ ବିକାଶ ପରିଷଦ ଓ ଜଗନ୍ନାଥ ସେନା ସେମାନଙ୍କ ଆୟର ଉତ୍ସ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ ନକଲେ ଆବେଦନକୁ ଖାରଜ କରିଦେବା ନିମନ୍ତେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

ମାମଲାର ବିବରଣୀ ପ୍ରକାଶ ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ କେବଳ ୪ଟି ଶୌଚାଳୟ ଓ ଜଗନ୍ନାଥ ମନ୍ଦିର ଚତୁଃପାଶ୍ୱର୍ ରାସ୍ତା ନିର୍ମାଣ କରାଯାଇଛି । ଏହାର ଉଦ୍‌ଘାଟନ ପାଇଁ ୧୫୫.୮୮ କୋଟି ଟଙ୍କା ରାଜକୋଷରୁ ବଦଖର୍ଚ୍ଚ ସହିତ ୩୧୮୫ ବସ୍‌ରେ ଲକ୍ଷାଧିକ ବିଜେଡି କର୍ମୀ ଓ ନେତାଙ୍କୁ ଏକତ୍ରିତ କରି ପୁରୀରେ ସମାବେଶ କରାଯାଉଛିି । ଏତେଲୋକ ସମାବେଶ ଦ୍ୱାରା ଓଡ଼ିଶାରେ କରୋନା ପ୍ରସାର ଆଶଙ୍କା ଥିବାରୁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ରୋକିବା ପାଇଁ ହାଇକୋର୍ଟଙ୍କୁ ପ୍ରାର୍ଥନା କରାଯାଇଛି । ଆବେଦନରେ ଦର୍ଶାଯାଇଛି ଯେ ଜଗନାଥ ମନ୍ଦିରର ଚତୁଃପାଶ୍ୱର୍ ରାସ୍ତା ଓ ୪ଟି ଶୌଚାଳୟ ଉଦ୍‌ଘାଟନ ପାଇଁ ଜଗନ୍ନାଥ ରଥ ଓଡ଼ିଶାର ପ୍ରତିଗ୍ରାମରେ ଭଜନ ଓ କୀର୍ତ୍ତନ ସହ ବୁଲି ଗୁଆ ଓ ଚାଉଳ ସଂଗ୍ରହ କରିବା କାର୍ଯ୍ୟରେ ସମସ୍ତ ସରକାରୀ କଳ ନିୟୋଜିତ ହୋଇଛି । ପ୍ରତି ଗ୍ରାମ ପଞ୍ଚାୟତ ପିଛା ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଏହି ଅର୍ଥ ରାଶି ରାଜ୍ୟର ୬୭୯୪ ଗ୍ରାମ ପଞ୍ଚାୟତ ପାଇଁ ୧୩୫.୮୮ କୋଟି ଟଙ୍କା ମୋଟ ଖର୍ଚ୍ଚ କରାଯାଉଛି । ପୁଣି ସବୁ ପଞ୍ଚାୟତରୁ ସଂଗୃହିତ ଗୁଆ, ଚାଉଳ ପ୍ରତି ବ୍ଲକ୍‌ର ଏକ ସୁସଜ୍ଜିତ ମନ୍ଦିରରେ ରଖାଯିବ । ସେହି ମନ୍ଦିରର ଚତୁଃପାଶ୍ୱର୍ରେ ଭଜନ କୀର୍ତ୍ତନ ସହିତ ହଜାର ହଜାର ବିଜେଡି କର୍ମକର୍ତ୍ତାଙ୍କ ପାଇଁ ଖାଇବା ଖର୍ଚ୍ଚ ମଧ୍ୟ ରାଜକୋଷରୁ ଭରଣା କରାଯିବ ।

ପ୍ରତି ଗ୍ରାମ ପଞ୍ଚାୟତରୁ ୨୦ ଜଣ ଲେଖାଏଁ ବିଜେଡି ନେତା ମୋଟ ୬୭୯୪ ପ ଞ୍ଚାୟତରୁ ମୋଟ ୧,୩୫,୦୦୦ ଟଙ୍କା ବିଜେଡି କର୍ମକର୍ତ୍ତାଙ୍କୁ ପୁରୀ ନେବା ଓ ଆଣିବା ପାଇଁ ଖର୍ଚ୍ଚ ହେବ । ଏଥିସହ ୩୧୮୫ଟି ବସ୍‌ର ବ୍ୟବସ୍ଥା ସହିତ ପ୍ରତି ଲୋକ ପିଛା ଖାଇବା ବାବଦକୁ ଖର୍ଚ୍ଚ ୨୫୦ ଟଙ୍କା ଲେଖାଏଁ ମୋଟ ୨୦ କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ ପାଇଁ ବ୍ୟବସ୍ଥା କରାଯାଇଛି । ଏସବୁ ରାଜନୈତିକ ଉଦ୍ଦେଶ୍ୟ ରଖି ପ୍ରସ୍ତାବ ଅନୁମୋଦନ କରାଯାଇଛି । ଏହା ଅଗଣତାନ୍ତ୍ରିକ, ବେନିୟମ ଓ ଅସମ୍ବିଧାନିକ । ଆଗାମୀ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଲକ୍ଷ ଲକ୍ଷ ବିଜେଡି କର୍ମୀ ଓ ନେତାଙ୍କୁ ପୁରୀ ଦର୍ଶନ ପାଇଁ ଓଡ଼ିଶା ଭଳି ଗରିବ ରାଜ୍ୟର ରାଜକୋଷରୁ ୧୫୫.୮୮ କୋଟି ବଦଖର୍ଚ୍ଚ ପାଇଁ ରାଜ୍ୟ କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ ହେଇଛି । ଏସବୁକୁ ତୁରନ୍ତ ରୋକିବା ନିମନ୍ତେ ହାଇକୋର୍ଟ ପଦକ୍ଷେପ ନେବାକୁ ଗତ ୯ ତାରିଖରେ ଦାୟର ପିଟିସନ୍‌ରେ ପ୍ରାର୍ଥନା କରାଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ, ଅର୍ଥ ବିଭାଗ ସଚିବ, ମୁଖ୍ୟ ପ୍ରଶାସକ ପୁରୀ, ପୁରୀ ଜିଲାପାଳ, ପୁରୀ ଏସପି ଓ ଶ୍ରୀମନ୍ଦିର ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking